Breaking News

ବିଜେଡିରେ ଶତାଧିକ ବିଜେପି କର୍ମୀ ମିଶିଲେ


 ଡେଲାଙ୍ଗ-----ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଚାଇଁପୁର ଗ୍ରାମ ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ଦଳରେ ସାମିଲ ହୋଇଛନ୍ତି । ସେମାନେ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ଶାସନ, କରୋନା ସମୟରେ ଉପଯୁକ୍ତ ପଦକ୍ଷେପ ଯାହାକି ଦେଶ ଓ ବିଦେଶରେ ଏବେ ଚର୍ଚ୍ଚିତ  ହୋଉଛି । ତାଙ୍କ ନୀତିକୁ ପାଥେୟ କରି ଫଗୁରାମ ସ୍ୱାଇଁ, ମାଧମ ସ୍ୱାଇଁ, ନବଘନ ପ୍ରଧାନ, ଦୁଃଖିଶ୍ୟାମ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ସରତ ବେହେରା,ପତାପ ଚନ୍ଦ୍ର ପରିଡାଙ୍କ ସହିତ ଶତାଧିକ ଯୁବକ ମାନେ ବିଜେଡି ଦଳରେ ସାମିଲ ହୋଇଥିବାର ଜଣାପଡିଛି । ଏହି ମିଶ୍ରଣ ପର୍ବରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ସହିତ ଚାଇଁପୁର ବିଜେଡି ଦଳର କର୍ମୀ ମାନେ ଦଳୀୟ ଉତ୍ତରୀୟ ପକାଇ ସେମାନଙ୍କୁ ସ୍ୱାଗତ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୬/୪/୨୦୨୧----୭,୨୫

Blog Archive

Popular Posts