କରୋନା ଟୀକା ନେବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗହଳି
ସାକ୍ଷୀଗୋପାଳ------ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟୀକା ନେବା ପାଇଁ ସକାଳୁ ସକାଳୁ ଲୋକଙ୍କର ଭିଡ ପରିଲକ୍ଷିତ ହୋଇଛି । ଖବରକାଗଜ ଓ ଟିଭିରେ ଯେଉଁପରି ଭାବେ କରୋନା ସମ୍ପକୀତ ଖବର ପ୍ରକାଶିତ ହେଉଛି ତାହାକୁ ଦେଖି ଲୋକମାନେ ଏବେ ଭୟଭୀତ ହୋଇଯାଇଛନ୍ତି । ଯେଉଁମାନେ କରୋନାଟୀକା ନେବାକୁ ଆସୁନଥିଲେ ଏବେ ସେମାନେ ଟୀକା କରଣ କେନ୍ଦ୍ର ନ ଖୋଲିବା ଅଗାରୁ ଆଧାର କାର୍ଡ ଧରି ଲମ୍ବା ଧାଡିରେ ଠିଆ ହୋଇଥିବାର ଦେଖାଯାଇଛି । ରାଜ୍ୟ ସରକାର ଏବେ ୪୫ ବର୍ଷରୁ ଅଧିକ ବ୍ୟକ୍ତି ମାନଙ୍କୁ ମାଗଣାରେ କରୋନା ଟୀକା ପ୍ରଦାନ କରାଯାଉଛି । ଅନ୍ୟ ପକ୍ଷେ ରାଜ୍ୟରେ ଦ୍ୱତୀୟ ଲହୋରୀ କରୋନା ଭୂତାଣୁ ମାଡି ଆସୁଥିବାରୁ ଲୋକମାନେ ଟୀକା ନେବାପାଇଁ ଆଗ୍ରହ ପ୍ରକାଶ ପାଇଛି । ମହିଳା ପୁରୁଷ ମାନେ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଟୀକା ନେବାକୁ ଅପେକ୍ଷା କରୁଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୧-----୮,୧୫