Breaking News

ବିଦ୍ୟୁତ କାଟକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ; ଥାନାରେ ଦୁଇଟି ମାମଲା

 ସାକ୍ଷୀଗୋପାଳ------ସତ୍ୟବାଦୀ ଥାନା ଅନ୍ତର୍ଗତ ଆଳିସ ଗ୍ରାମର ମନରଞ୍ଜନ ପ୍ରଧାନ ଓ ଡମ୍ବୁରଥର ବିଶ୍ୱାଳଙ୍କ ପରିବାର ମଧ୍ୟରେ ମାରପିଟ ହୋଇଥିବା ଜଣାପଡିଛି । ପୂର୍ବ ଶ୍ରତୁତାକୁ ଓ ବିଦ୍ୟୁତ କାଟ କୁ ନେଇ ମନରଞ୍ଜନ ପ୍ରଧାନଙ୍କୁ ବିଦ୍ୟାଧର ପ୍ରଧାନଙ୍କ ସହିତ ଅନ୍ୟ ତିନିଜଣ ମାଡ ମାରି ଆହତ କରିଛନ୍ତି । ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ହେବା ପରେ ସତ୍ୟବାଦୀ ଥାନାରେ ବିଦ୍ୟାଧରଙ୍କ ସହିତ ଅନ୍ୟ ମାନଙ୍କ ନାମରେ ଅଭିଯୋଗ କରିଛନ୍ତି । ଥାନା କେସନଂ ୧୮୬/୨୦୨୧ରେ ଏକ ମାମଲା ରୁଜ କରାଯାଇଛି । ସେହିପରି ଡମ୍ବୁରଧର ବିଶ୍ୱାଳ ଅଭିଯୋଗ ଆଣିଛନ୍ତି ଯେ ବହୁ ଦିନରୁ ମନରଞ୍ଜନ ଓ ଡମ୍ବୁରଧରଙ୍କର ଘରକୁ ଗୋଟିଏ ବିଦ୍ୟୁତ ସଂଯୋଗ ରହିଛି । ବିଦ୍ୟୁତ ଦେୟ ବାକି ରହିବାରୁ ବିଦ୍ୟୁତ କାଟ ହୋଇଛି ।  ବିଦ୍ୟୁତ କାଟ ସମ୍ପର୍କରେ ମନରଞ୍ଜନଙ୍କୁ ପଚାରିବାରୁ ମନରଞ୍ଜନ ସହିତ ତାଙ୍କ ପରିବାର ୫ଜଣ ସଦସ୍ୟ ବକାବନା କରିବା ସହ ଗଣ୍ଡଗୋଳ କରିଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ୧୮୭/୨୦୨୧ରେ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୪/୨୦୨୧---୯,୨୫ 

Sakhigopal,  DhirendraSenapati,30/4/2021,9,25

Blog Archive

Popular Posts