Breaking News

ମଟର ସାଇକେଲ ଧକ୍କାରେ ମା ପୁଅ ଗୁରୁତର


 ସାକ୍ଷୀଗୋପାଳ-----୩୧୬ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକର ୫ଶହମିଟର ପଛରେ ଏକ ମଟର ସାଇକେଲ ଧକ୍କାରେ ମା ପୁଅ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଜଟଣୀ ବାଛେରା ଗ୍ରାମର ଶ୍ରୀନିବାସ ମହାପାତ୍ର ( ୩୦) ଓ ତାଙ୍କ ମା କିରଣ ବାଳା ମହାପାତ୍ର (୫୦) ଏଡି-୦୨- ଏଲ-୨୯୮୩ ମଟର ସାଇକେଲ ଯୋଗେ ଘରକୁ ଫେରୁଥିଲେ । ତାଙ୍କ ପଛପଟୁ ଏକ କଳା ରଙ୍ଗର ମଟର ସାଇକେଲ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଶ୍ରୀନିବାସ ଓ ତାଙ୍କ ମା ରାସ୍ତାରେ ପଡିଯାଇଥିଲେ ।  ଧକ୍କା ଦେଇଥିବା ଗାଡି ପଳାଇଥିଲା । ସେ ସମୟରେ ଜାତୀୟ ରାଜପଥରେ ପହରା ଦେଉଥିବା ସ୍ୱତନ୍ତ୍ର ପୁଲିସ ଗାଡି ଏସଆଇ ରାମକୃଷ୍ଣ କର ଓ ମାନସ ରଥ , ରମାକାନ୍ତ ମିଶ୍ରଙ୍କ ସହିତ ଲୋକମାନଙ୍କ ସହଯୋଗରେ ଆମ୍ବଲାନ୍ସ ଯୋଗେ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ସତ୍ୟବାଦୀ ପୁଲିସ ଗାଡିଟିକୁ ଥାନାରେ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୪/୨୦୨୧----୬, ୫୦ 

Blog Archive

Popular Posts