Breaking News

ପିପିଲିରେ ଉପନିର୍ବାଚନ ପାଇଁ ପୁଣି ବାଜିଲା ବେଗୁଲ ; କର୍ମୀ ମାନଙ୍କ ମନରେ କରୋନା ଭୟ

 ଡେଲାଙ୍ଗ ------ ପିପିଲି ଉପନିର୍ବାଚନ ପାଇଁ ସମସ୍ତ ଦଳୀୟ କର୍ମୀ ମାନେ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିବା ସହ ପ୍ରଶାସନ ପକ୍ଷରୁ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ । ହାଠାତ ଦୁଖଃଦ ଘଟଣା ସାମ୍ନାକୁ ଆସିଲା । କଂଗ୍ରେସ ପ୍ରାର୍ଥୀ କରୋନାରେ ଆକ୍ରାନ୍ତ ହୋଇ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଲେ । ନିର୍ବାଚନ ଆଇନ ଅନୁସାରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହେଲେ ନିର୍ବାଚନ ତାରିଖ ଘୁଞ୍ଚିବାର ନିୟମ ରହିଛି । ୧୭ ତାରିଖରେ ନିର୍ବାଚନ ହେବାପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ମାତ୍ର ଏହି ଦୁଖଃଦ ଘଟଣା ପରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । ଏହାକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଥିଲା । ଶେଷରେ ନିର୍ବାଚନ କମିଶନର ମେ ୧୩ ତାରିଖରେ ନିର୍ବାଚନ ହେବ ଏବଂ ୧୬ ତାରିଖରେ ଫଳାଫଳ ଘେଶଷଣା କରାଯିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ଏବେ ଏହି ତାରିଖକୁ ନେଇ ସବୁ ଦଳରୟ କର୍ମୀ ମାନଙ୍କ ମଧ୍ୟରେ ଭୟ ଜାଗରଣ ହୋଇଛି । ରାଜ୍ୟରେ କରୋନା ଦୁତୀୟ ଲହରି ମାଡି ଚାଲିଛି । ରାଜ୍ୟ ସରକାର ବାଧ୍ୟ ହୋଇ ସମସ୍ତ ଜିଲ୍ଲାରେ ରାତ୍ର କାଳୀନ କଫ୍ୟୁଜାରି କରିଛନ୍ତି ।  ପିପିଲି ଓ ଡେଲାଙ୍ଗରେ ଉପନିର୍ବାଚନ ହେବ । ପ୍ରାର୍ଥୀ ମାନେ ପୁଣି ପ୍ରଚାର, ସଭା ସମିତି କରିବାକୁ ପଛେଇବେ ନାହିଁ । ନିଶ୍ଚିତ ଲୋକମାନେ ଏକାଠି ହେବେ । କିପରି କୋଭିଡ-୧୯ ଆଇନ ମାନି କାର୍ଯ୍ୟକରିବାକୁ ପଡିବ ତାହା ଏବେ ଠାରୁ ଦଳୀୟ ନେତାଙ୍କ ସହ କର୍ମୀ ମାନେ ଆଲେଚନା  ଚାଲିଛି । ଯାହାକୁ ନେଇ ଅଧିକାଂଶ କର୍ମୀ ମାନେ କରୋନାକୁ ନେଇ ଭୟଭୀତ ଥିବା ଜଣାପଡିଛି । ଦେଖାଯାଉ ଆଗକୁ ରାଜ୍ୟ ସରକାରଙ୍କ କିପରି ଉପର୍ନିବାଚନ ପାଇଁ କୋଭିଡ-୧୯ ଆଇନ ରହୁଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୮/୪/୨୨୧---୫,୫୦

Blog Archive

Popular Posts