Breaking News

ସତ୍ୟବାଦୀରେ ଜନସାଧାରଣ ସଟଡାଉନ ପାଳନ କଲେ

 


ସାକ୍ଷୀଗୋପାଳ------ ରାଜ୍ୟରେ ଦ୍ୱତୀୟ କରୋନା ଲହରୀ ମାଡି ଆସୁଥିବାରୁ ବିଭିନ୍ନ ସହର ମାନଙ୍କରେ ଦୁଇ ଦିନିଆ ସଟଡାଉନ ଜାରି ହୋଇଛି । ଏହା ଗ୍ରାମଞ୍ଚଳରେ ଲାଗୁ କରାଯାଇନଥିଲେ ମଧ୍ୟ ସତ୍ୟବାଦୀ ବଡବଜାରରେ ଅଧିକାଂଶ ଦେକାନ ବଜାର ବନ୍ଦ ରହିଛି । ସେହିପରି ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବଜାରରେ ଲୋକ ମାନଙ୍କର ଗହଳି ଚହଳି ଲାଗୁଥିବା ବେଳେ ଆଜି ବଜାରକୁ ଲୋକମାନେ ଆସିନାହାନ୍ତି । ଯାହାକି ପ୍ରଶାସନ ସଟଡାଉନ ଜାରି କରିନଥିଲେ ମଧ୍ୟ ଜନସାଧାରଣ ଆଜି ସଟଡାଉନ ପାଳନ କରିଥିବା ଜଣାପଡିଛି । ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ଲୋକ ମାନଙ୍କର ସମାଗମ ନଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୪/୨୦୨୧----୫,୩୦ 

Blog Archive

Popular Posts