Breaking News

ମହିଳାଙ୍କୁ ଅସଦାଚରଣ କରିବାକୁ ନେଇ ଥାନାରେ ଅଭିଯୋଗ

 ସାକ୍ଷୀଗୋପାଳ -----ସତ୍ୟବାଦୀ ଥାନା ଅନ୍ତର୍ଗତ ରାୟଖଣ୍ଡି ହରିଜନ ସାହିର ଅଣ୍ଣପୂର୍ଣ୍ଣା ଭୋଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି ଯେ ଉକ୍ତ ଗ୍ରାମର ବିପିନି ଭୋଇ ତାଙ୍କୁ ଅସଦାଚରଣ କରିବା ପାଇଁ ଉଦ୍ଦ୍ୟମ କରିଥିଲେ । ସୁଚନାଯୋଗ୍ୟ ଯେ ଅନ୍ନପୂର୍ଣ୍ଣା ରାସ୍ତା କରରେ ଆମ୍ବ ଗୋଟାଉଥିବା ସମୟରେ ବିପିନି ସେଠାରେ ପହଞ୍ଚି ଅସଦାଚରଣ କରିବା ପାଇଁ ଚେଷ୍ଟୋ କରିଥିଲେ । ମାତ୍ର ସେଠାରୁ ଖସି ଆସି ଘରେ ସମସ୍ତ କଥା ଅଣ୍ଣପୂର୍ଣ୍ଣା କହିଥିଲେ । ଅନ୍ନପୂର୍ଣ୍ଣା ଓ ତାଙ୍କ ସ୍ୱାମୀ ଏ ସମ୍ପର୍କରେ ପଚାରିବା ପାଇଁ ବିପିନିଙ୍କ ଘରକୁ ଯିବାରୁ ବିପିନି ରାଗିଯାଇ ଏକ କୁରାଡି ସାହାର୍ଯ୍ୟରେ ଆମକୁ ଆକ୍ରମଣ କରିବା ପାଇଁ ଆଗେଇ ଆସିଥିଲେ । ଆମ ପାଟିଶୁଣି ଦ୍ୱିଜ ଭୋଇ ଆସି ବିପିନି ଠାରୁ କୁରାଡି ଛଡାଇ ନେଇଥିଲେ । ବକାବନା କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା ବିପିନି ବୋଲି ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ୧୭୯/୨୧ ରେ ସତ୍ୟବାଦୀ ଥାନାରେ ଏକ ମାମଲା ରୁଜ କରାଯାଇଛି । ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର  ତଦନ୍ତ ଜାରି ରଖିଥବା ଜଣାପଡିଛି ।  

 ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତି, ୨୭/୪/୨୦୨୧---୮,୫୦

Blog Archive

Popular Posts