ସତ୍ୟବାଦୀ ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ରଡିଲ
ସାକ୍ଷୀଗୋପାଳ---- ସତ୍ୟବାଦୀ ଅଗ୍ନିଶମ ବିଭାଗ ପକ୍ଷରୁ ସେବା ସପ୍ତାହ ଅବସରରେ ବ୍ଳକ ଛକ ନିକଟ ସ୍ୱର୍ଣ୍ଣ ମାର୍କେଟ ଓ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ନିରାପତ୍ତା ସମ୍ବନ୍ଧୀୟ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଗ୍ୟାସ ନିଆଁରୁ ଅଗ୍ନିକାଣ୍ଡ ଘଟିଲେ ଏହାକୁ କିପରି ଲିଭାଇବା, ଅଗ୍ନିକାଣ୍ଡ ସମୟରେ ଉଚ୍ଚ ଅଟାଳିକା ବା ବଡ ବଡ ମହଳ ମାନଙ୍କରୁ କିପିର ଲୋକମାନଙ୍କୁ ଉଦ୍ଦାର କରାଯାଇ ପାରିବ , ବିଶେଷ କରି ଘର ମାନଙ୍କରେ ବିଦ୍ୟୁତ ତାର ପ୍ରତି ନଜର ଦେବା ପାଇଁ ସତ୍ୟବାଦୀ ଅଗ୍ନିଶମ କେନ୍ଦ୍ରର ଅଧିକାରୀ ମନୋଜ କୁମାର ପାତ୍ର ଉପସ୍ଥିତ ଜନସାଧାରଣ ଓ ବ୍ୟବସାୟୀ ମାନଙ୍କ ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ. ବିଶ୍ୱଜିତି ମିଶ୍ରଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟକେନ୍ଦ୍ରର ସିକ୍ୟୁରିଟ ଗାର୍ଡ ମାନଙ୍କୁ ସଚେତନତା କରାଇଥିଲେ । ଅଗ୍ନିଶମ ବିଭାଗର ହାବିଲଦାର ଶରତ କୁମାର ପରିଡା ଓ ଆଗ୍ନିକ ଦୀପକ କୁମାର ବେହେରା, ବିଶ୍ୱରଞ୍ଜନ ଭୂୟାଁ, ସନ୍ତୋଷ କୁମାର ବେହେରା, ଜି ଭୀମପାତ୍ର ଏହି ମକଡ୍ରିଲ ମାଧ୍ୟମରେ ସଚେତନତା କରାଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୪/୨୦୨୧-----୪,୫୫