Breaking News

ପୁରୀ ଜିଲ୍ଲାରେ ଗୋଟିଏ ବ୍ଳକ, ସତ୍ୟବାଦୀ ବ୍ଳକ କାର୍ଯ୍ୟାଳୟ ମୁକୁଳା ପଡିଛି; ଲୁଟେରା ଓ ନିଶାଡିଆ ମାନଙ୍କର ଏବେ ବାସସ୍ଥଳୀ



 ସାକ୍ଷୀଗୋପାଳ-----ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରଜପଥ କରରେ ଅବସ୍ଥିତ । ଏବେ ବ୍ଳକ ପରିସରରେ ରାତିରେ ଓ ଛୁଟି ଦିନରେ ନିଶାଡିଆ ଓ ଲୁଟେରା ମାନଙ୍କର ଆଡାସ୍ଥଳୀ ପାଲଟିଛି । ପୁରୀ ଜି୍‌ଲ୍ଲାର ଏପରି ଏକ ବ୍ଳକ ଏହାର ମୁଖ୍ୟ ଗେଟ ବା ପଛ ଗେଟ ନାହିଁ । ସବୁବେଳେ ମୁକୁଳା ପଡିଛି । ବ୍ଳକ ପରିସର ଦେଇ ଜନସାଧାରଣଙ୍କ ବାଟ । ଏହା ଆଜି ବା କାଲିର ଘଟଣା ନୁହେଁ । ବ୍ଳକ ହେବା ଦିନରୁ  ବ୍ଳକ କାର୍ଯ୍ୟାଳୟର ଗେଟ ନାହିଁ । ସୁଚନାଯୋଗ୍ୟ ଯେ ବ୍ଳକ ମଧ୍ୟ ଦେଇ ଅଠେଇଶ  ଗ୍ରାମବାସୀ ମାନଙ୍କର ରାସ୍ତା । ଯାହା ଫଳରେକି ଲୋକମାନେ ଏହି ରାସ୍ତା ଦେଇ ଯିବା ଆସିବା କରିବା ସହ ଅଟୋ, କାର ଓ ମାଲପରିବହନ କରିଥାନ୍ତି । ସେଥିଯୋଗୁ ବ୍ଳକ କାର୍ଯ୍ୟାଳୟ ପରିସର ସବୁ ସମୟରେ ମୁକୁଳା ପଡିଛି । ଏବେ ୩୧୬ନଂ ଜାତୀୟ ରାଜପଥରେ ଲୁଟେରା ମାନେ ଲୁଟ କରି ବ୍ଳକ ପରିସର ଦେଇ ଖସି ଯିବା ପାଇଁ ସୁବିଧା ଥିବାରୁ ସେମାନେ ସତ୍ୟବାଦୀ ବ୍ଳକ କାର୍ଯ୍ୟାଳୟ ପରିସର ସେମାନଙ୍କର ସ୍ୱର୍ଗଭୁମୀ ବୋଲି ଭାବିଥାନ୍ତି । ସେହିପରି ନିଶାଡିଆ ମାନେ ବ୍ଳକ କାର୍ଯ୍ୟାଳୟ ପରିସରରେ କେହି ନଥିବାରୁ ଏଠାରେ ନିଶା ସେବନ କରିଥାନ୍ତି । ଏହାକୁ ରୋକିବା ପାଇଁ ବ୍ଳକ କାର୍ଯ୍ରାଳୟ  ପକ୍ଷରୁ ଏକ ରାସ୍ତା ନିର୍ମାଣ କରାଯାଉଛି ।  ଏହାକୁ ଅଠେଇଶ ଗ୍ରାମବାସି ମାନେ ଘୋର ବିରୋଧ କରିଛନ୍ତି । ଅନ୍ୟ ପକ୍ଷେ ବ୍ଳକ କାର୍ଯ୍ୟାଳୟ ପରିସରରେ ଦୁଗଲ ଗ୍ରାମ ପଞ୍ଚାୟତ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ଏଠାରେ ଏକ ସୁନ୍ଦର ପାର୍କ ନିର୍ମାଣ କରାଯାଉଛି । ମାତ୍ର ଏହାର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । କାରଣ ବ୍ଳକ କାର୍ଯ୍ୟାଳୟର ଆଗ ବା ପଛରେ ଗେଟ ନାହିଁ । ଯାହା ଫଳରେକି ଅବାଧରେ ଲୋକମାନେ ଏହା ମଧ୍ୟରେ ପ୍ରବେଶ କରିଥାନ୍ତି ।  ତୁରନ୍ତ ଏହାର ସମାଧାନ କରିବା ପାଇଁ ଜିଲ୍ଲା ଗ୍ରଶାସନ ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି ।


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୧----୮,୩୫

Blog Archive

Popular Posts