Breaking News

ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ ; ଜଣେ ଗିରଫ

 ସାକ୍ଷୀଗୋପାଳ-----ପୂର୍ବ ଶ୍ରତୁତାକୁ ନେଇ ବରାଳ ଗ୍ରାମରେ  ଛଣ  ଲଦିବା ସମୟରେ  ମିଳିତ ଭାବେ ଜଣଙ୍କୁ ଆକ୍ରମଣ କରାଯାଇଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ସୁଚନାଯୋଗ୍ୟରେ ଡେଲାଙ୍ଗ ଥାନା ଅନ୍ତର୍ଗତ ଛଅବାଟିଆ ଗ୍ରାମର ମନୋଜ କୁମାର ଭୋଇ ବଳପୁର ଗ୍ରାମର  ଲକ୍ଷ୍ମଣ ବେହେରାଙ୍କ ଠାରୁ ଛଣ କିଣିବା ପାଇଁ ଏକ ଟାଟା ଏସି ଗାଡି ଧରି ପହଞ୍ଚିଥିଲେ । ଛଣ ଗାଡିରେ ଲଦିବା ସମୟରେ ବଳପୁର ଗ୍ରାମର ଶଙ୍କରା ଭୋଇ, ବଳିଆ ଭୋଇ ଓ ଦୋଳିଆ ଭୋଇ ବିଭିନ୍ନ ମାରଣାତ୍ସ ଧରି ମନୋଜଙ୍କ ଉପରେ ଆକ୍ରମଣ କରିଥିଲେ । ମନୋଜ ରକ୍ତାକ୍ତ ହୋଇ ପଡିଥିଲେ । ମନୋଜଙ୍କ ପକେଟରୁ ମନିପର୍ସ ସହିତ ୭ ହଜାରଟଙ୍କା ନେଇଯିବା ସହ ଗୋଡହାତ ବାନ୍ଦି ରାସ୍ତାରେ ଘୋଷାଡି ଘୋଷାଡି କିଛି ବାଟ ନେଇଥିଲେ । ସେଠାରେ ଏକ ଖୁଣ୍ଠରେ ବାନ୍ଦି ଦେଇ ଜୀବନରେ ମାରିଦେବା ପାଇଁ ଶଙ୍କରା ମନୋଜଙ୍କ ତଣ୍ଟିରେ ଗୋଡ ପକାଇ ଠିଆ ହୋଇଥିଲା ବୋଲି ମନୋଜ ଅଭିଯୋଗରେ ଦର୍ଶାଇଛନ୍ତି ।  କୌଣସି ସୁତ୍ରରୁ ଖବର ପାଇ ସତ୍ୟବାଦୀ ପୁଲିସ ସେଠାରେ ପହଞ୍ଚି ମନୋଜକୁ ଉଦ୍ଦାର କରିବା ସହ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା କରାଇଥିଲେ । ମନୋଜଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନାରେ ୧୮୧/୨୦୨୧ରେଏକ କେସରୁଜ କରାଯାଇ ଶଙ୍କର ଭୋଇଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି  ।  Sakhigopal News, D senapati, 29/4/2021---6,40

Blog Archive

Popular Posts