Breaking News

ପିପିଲି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କର ଠିକାଦାରଙ୍କ ସହିତ ମଧୁଚନ୍ଦିକା ; କାମ ହେବାର ୨୪ ଘଣ୍ଟା ନ ପୁରୁଣୁ ରାସ୍ତାରୁ ଉଠିଲା ପିଚୁ


 ଡେଲାଙ୍ଗ  ----- ରାଜ୍ୟ ସରକାର ନିମ;ଳ ଶାସନ କରିବା ପାଇଁ ରାଜ୍ୟରୁ ଦୁର୍ନୀତିମୁକ୍ତ କରିବା ପାଇଁ ୫ଟି ସୂତ୍ର ପ୍ରଣୟନ କରିଛନ୍ତି ।  ମାତ୍ର  ପୁରୀ ଜିଲ୍ଲାରେ ପିପିଲି ଓଡେଲାଙ୍ଗ ବ୍ଳକରେ କେତେକ ଦୁର୍ନୀତିଗସ୍ତ ଅଧିକାରୀଙ୍କ ଅପାରଗତ ତଥା ଖାମଖିଆଲନୀତି ଯୋଗୁ ରାଜ୍ୟ ସରକାର ବଦନାମ ହେଉଛନ୍ତି ।  ପିପିଲି ଓ ଡେଲାଙ୍ଗରେ ଉପନିର୍ବାଚନ ପାଖେଇ ଆସୁଥବା ବେଳେ ନିମ୍ନ ମାନର କାମ ବିରୋଧ ଦଳଙ୍କୁ ବେଶ ଖେରାକ ଯୋଗଇ ଦେଇଛି । ଅଧିକାରୀ ଓ ଠିକାଦାର ରାଜ୍ୟସରକାରଙ୍କୁ ବଦନାମ କରିବା ପାଇଁ ଏକ ଷଡଯନ୍ତ୍ର କରିଥିବା କିଛି ଲୋକମାନେ କହୁଥବା ଜଣାପଡିଛି । ବିରୋଧୀ ଦଳଙ୍କ ସହିତ ଅଧିକାରୀ ଓ ଠିକାଦାର ହାତ ମିଳାଇ ବିଜେଡି ପ୍ରାର୍ଥୀଙ୍କୁ ବଦନାମ କରିବା ଏମାନଙ୍କର ମୁଖ୍ୟ ଉଦ୍ଦ୍ୟେଶ ବୋଲି ଜଣାପଡିଛି । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସିଂହବ୍ରହ୍ମପୁର ପଞ୍ଚାୟତରେ  ଗ୍ରାମ୍ୟ ଉନ୍ନୟନ ବିଭାଗର ପକ୍ଷରୁ ପିଚୁ କାମ ଚାଲିଛି । ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦିକା ଯୋଗୁ  ରାସ୍ତା କାମ ହେବାର ୨୪ ଘଣ୍ଟା ନ ପୁରୁଣୁ ଛେଲା ଛେଲା ହୋଇ ପିଚୁ ଉଠିବା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।  ସୁଚନା ଅନୁଯାୟୀ ସିଂହ୍ମବ୍ରହ୍ମପୁର ପଞ୍ଚାୟତର ନିଁପୁର  ଠାରୁ କଣ୍ଟିକୁ ସଂଯୋଗ କରୁଥିବା କଣାସ ମାଇନର କେନାଲ ବନ୍ଧ ରାସ୍ତାରେ  ପିଚୁ କାମ ହେଉଛି । ତେବେ ତଇଲାସାହି ଓ ସୁରଙ୍ଗପୁରଠାରେ ପ୍ରାୟ ଅଧ କିଲୋମିଟର ରୁ ଅଧିକ ରାସ୍ତାରେ ନିମ୍ନମାନର ପିଚୁ କାମ ହେତୁୂ ୨୪ ଘଣ୍ଟା ନ ପୁରୁଣୁ ରାସ୍ତାରୁ ଛେଲା ଛେଲା ପିଚୁଉଠିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବା ସହ ଉତ୍ତେଜନା ପ୍ରକାଶ ପାଇଛି ।  ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସଂପୁକ୍ତ ଠିକାଦାର ଲାଭଖୋର ମନୋବୃତ୍ତି  ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଙ୍କ ସହ ମଧୁଚନ୍ଦିକା ଯୋଗୁଁ ଏଭଳି ନିମ୍ନମାନର କାମ ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ପିପିଲି ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗସହକାରୀ ଯନ୍ତୀ ପ୍ରସନ୍ନ ପଟ୍ଟନାୟକଙ୍କ ଅପାରଗତା ଓ ଠିକାଦାରଙ୍କ ସହିତ ମଧୁଚନ୍ଦିକା ଏବେ ପଦାରେ ପଡିଛି ।  ଏ ନେଇ ବିଭାଗର ସହକାରୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାଙ୍କ ମୋବାଇଲି ବନ୍ଦ ରହିଥିବାରୁ ତାଙ୍କ ପ୍ରତିକିୟା ମିଳିପାରିନାହିଁ । ତୁରନ୍ତ ରାଜ୍ୟ ସରକାର ବିଭାଗୀୟ ଅଧିକାରୀଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ସଂପୁକ୍ତ ଠିକାଦାରଙ୍କୁ କଳାତାଲିକା ଭୁକ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି ।

 ଧୀରେନ୍ଦ୍ର ସେନାପତି, ୩୦/୪/୨୦୨୧-----୯,୨୦ Delaga, Dhirendra Senapati News, 30/4/2021----9,20

Blog Archive

Popular Posts