Breaking News

ପ୍ରଶାସନ ସାରଙ୍ଗଯୋଡିରେ ଦେକାନ ସିଲ କଲା


 ସାକ୍ଷୀଗୋପାଳ,-------- ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବଡିବାରେ ଲାଗିଛି । ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଏହାକୁ ନଜର କରି ସତ୍ୟବାଦୀ ତହସିଲଦାର ମନୋଜ ନାୟକ ଓ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ସାରଙ୍ଗଯୋଡି ବଜାର ଉପରେ ଚଡାଉ କରିଥିଲେ । ସେଠାରେ ଥିବା ମା କ୍ଷେତ୍ରପାଳୀ କ୍ଳଥ ଷ୍ଟୋର କରୋନା ଆଇନ ଉଲ୍ଲଙ୍ଗନ କରି ଦେକାନ ମଧ୍ୟରେ ବହୁ ଲୋକ ଜମା ହୋଇଥିଲେ । କାହାରି ମୁହଁରେ ମାସ୍କ ନଥିଲା କି ନିଜେ ଦେକାନ ମାଲିକ ମୁହଁରେ ମାସ୍କ ପିନ୍ଦିନଥିଲେ । ଏହା ଦେଖିବା ପରେ ଦେକାନ ମଧ୍ୟରୁ ସମସ୍ତଙ୍କୁ ବାହାର କରାଯାଇ ଦେକାନ ସିଲ କରାଯାଇଥିବା ଜଣାପଡିଛି । ସେହିପରି ସତ୍ୟବାଦୀରେ ଏକ ଗ୍ରୋସରୀ ଦେକାନ ଉପରେ ଚଡାଉ କରାଯାଇଥିଲା ।  


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୧-----୮,୨୫

Blog Archive

Popular Posts