କରୋନା ଯୋଗୁ ଠାକୁରଙ୍କ ନୀତିକାନ୍ତିରେ ହରିସହଦେବ ମେଳଣ ଶେଷ
ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ହରିସହ ଦେବ ବା ହରିଆବଡୁାଙ୍କ ମେଳଣ କରୋନା ଯୋଗୁ କେବଳ ଠାକୁରଙ୍କ ନୀତିକାନ୍ତିରେ ଶେଷ ହୋଇଯାଇଛି । ଗୋଟିଏ ପକ୍ଷେ କରୋନା ଭୁତାଣୁ ଅନ୍ୟ ପକ୍ଷେ ପ୍ରଶାସନ ଲାଗୁ କରିଥିବା କୋଭିଡ- ୧୯ ଆଇନ ଯୋଗୁ ମେଳଣ ପୁରାପୁରି ଫିକା ପଡିଯାଇଛି । ମେଳଣ ପଡିଆକୁ ସେପରି ଲୋକମାନେ ଯାଇନଥିଲେ । ଆଖ ପାଖ ଗ୍ରାମାବସୀ ମାନେ ମେଳଣରେ ପଡିଆରେ ବୁଲୁଥିବାର ଦେଖାଯାଇଥିଲା । ମେଳଣର ଥାନା ପତି ଭାବେ ବଳପୁର ପଣ୍ଡାସାହିର ଭଗବତ ବାସୁଦେବ ବିମାନ ପ୍ରଥମେ ମେଳଣ ପଡିଆରେ ଖୁଣ୍ଟ ଲାଗି ହୋଇଥିଲେ । ପରେ ପରେ ନିମନ୍ତ୍ରିତ ହୋଇ ଆସିଥିବା ଆନନ୍ଦପୁର, ପଥୁରିଆ, ବଁପାଳ, ସାରଙ୍ଗଯୋଡି, କୁସୁମେଶ୍ୱର, ବେହେରାସାହି, ଦିଉଡିସାହି ଗ୍ରାମର ଭଗବତ ବାସୁଦେବ ଠାକୁରଙ୍କ ବିମାନ ଗୁଡିକ ମେଳଣ ପଡିଆରେ ଖୁଣ୍ଠି ଲାଗି ହୋଇଥିଲେ । କରୋନା ଭୁତାଣୁକୁ ଭୟ କରି ମେଳଣ ପଡିଆ ଏକରକମ ଶୁନଶାନ ହୋଇଯାଇଥିଲା । ଯେଉଁମାନେ ବି ଆସିଥିଲେ ସେମାନଙ୍କର ମାନସିକ ଭୋଗ କରିବା ସହ ସାମାଜିକ ଦୁରତା ରକ୍ଷା କରି ମେଳଣ ପଡିଆରେ ବେଶି ସମୟ ନ ରହି ପଳାଇ ଯାଉଥିଲେ । ଠାକୁରଙ୍କ ପାଖରେ ଖଇ, କେରା, ପାଚିଲାକଦଳୀ, ଚୁଡାଘଷା, ଚଣା, ସାକର, ଫେଣି , ଖଜା ଓ ଫଳମୂଳ ଭୋଗ କରିଥିଲେ । ଅନ୍ୟ ପକ୍ଷେ ମେଳଣ କମିଟି ପକ୍ଷରୁ ଠାକୁରଙ୍କ ନୀତିକାନ୍ତି କରାଯିବା ସହ ନାମସଂକୀର୍ତ୍ତନ କରାଯିବା ପରେ ଠାକୁରଙ୍କ ବିମାନ ଗୁଡିକ ରାତିରେ ନିଜ ନିଜ ଗ୍ରାମକୁ ବା ମନ୍ଦିରକୁ ଫେରିଯାଇଥିବାର ଦେଖାଯାଇଥିଲା । ମେଳଣ କମିଟି ପକ୍ଷରୁ ପ୍ରତି ଦୋଳକୁ ଭୋଗ ଆଟିକା ପ୍ରଦାନ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୪/୨୦୨୧----୫,୪୦