ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ
ସାକ୍ଷୀଗୋପାଳ ---- ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି । ସତ୍ୟବାଦୀ ଥାନା ଅନ୍ତର୍ଗତ ବଡଭିମଦାସପୁର ଗ୍ରାମର ଜଗନ୍ନାଥ ବରାଳଙ୍କ ସ୍ତ୍ରୀ ମମତା ବରାଳ ଘରପାଖ କେନାଳବନ୍ଧକୁ ଭୋର ସମୟରେ ଝାଡା ଯାଇଥିଲେ । ସେଠାରେ ମମତାଙ୍କୁ ଏକୁଟିଆ ଦେଖି ଧୁଳିରାମ ବରାଳଙ୍କ ପ୍ରୁଅ ଉମାକାନ୍ତ ( ଗଣୁ) ବରାଳ ମନ୍ଦଉଦେଶ୍ୟ ରଖି ଟଣାଓଟରା କରିଥିଲା । ମମତା ସେଠାରୁ ଖସି ପଳାଇ ଆସିବା ପରେ ତାଙ୍କ ସ୍ୱାମୀଙ୍କ ଆଗରେ ସମସ୍ତ ଘଟଣା ଶୁଣିବା ପରେ ଏ ସମ୍ପର୍କରେ ଗଣୁକୁ ପଚାରିବାରୁ ସେ ବକାବନା କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଗ୍ରାମରେ ଆପେସ ସମାଧାନ କରିବା ପାଇଁ ଆଲେଚନା କରିବା ସମୟରେ ଗ୍ରାମାବସୀଙ୍କୁ ମଧ୍ୟ ଉମାକାନ୍ତ ବକାବନା କରିଥିଲେ ବୋଲି ଜଗନ୍ନାଥ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅଭିଯୋଗ ପାଇବାପରେ ସତ୍ୟବାଦୀ ଥାନାରେ ୧୮୫/୨୦୨୧ରେଏକ କେସରୁଜ କରାଯାଇ ଉମାକାନ୍ତ ବରାଳଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ଜଣାପଡିଛି ।
Sakhigopal News , D Senapati, 29/4/2021---6,45