Breaking News

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ; ପୁଲିସ ଘଣ୍ଟ ଘୋଡାଉଛି ବେସରକାରୀ ଅର୍ଥ ଲଗାଣ ଅଧିକାରୀଙ୍କୁ


 ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକରେ  ବିଭିନ୍ନ ବେସରକାରୀ ଅର୍ଥ ଲଗାଣ ସଂସ୍ଥା ମହିଳା ମାନଙ୍କୁ ବିଭିନ୍ନ ଲୋଭ ଦେଖାଇ ଲୁଟି ଚାଲିଛନ୍ତି ଟଙ୍କା  । ଗାଁ ଗଣ୍ଡା ମାନଙ୍କରେ ଏହି ବେସରକାରୀ ଅର୍ଥ ଲଗାଣ ସଂସ୍ଥାର ଏଜେଣ୍ଟ ଠାରୁ ଅଧିକାରୀ ମାନେ ଘୁରି ବୁଲୁଛନ୍ତି । ଦେଖିବାକୁ ଗଲେ ଚଡା ଦରରେ ସୁଧ ନେଇ ଚାଲିଛନ୍ତି । କୋଭିଡ ସମୟରେ ଏହି କମ୍ପାନୀ ଗୁଡିକ ଋଣ ଆଦାୟ କରିବା ନାମରେ ମହିଳା ମାନଙ୍କ ଉପରେ ଜୁଲୁମ କରି ଚାଲିଥିବା ଅଭିଯୋଗ ହୋଇଛି । ଏପରିକି କିସ୍ତିଟଙ୍କା ଦେବାରେ କିଛି ସମୟ ଡେରି ହୋଇଗଲେ ଏହି ଅଧିକାରୀ ମାନେ ମହିଳା ମାନଙ୍କୁ ଯେଉଁପରି ବ୍ୟବହାର କରୁଛନ୍ତି କେଉଁ ସମୟରେ ମହିଳା ମାନେ ଆତ୍ମହତ୍ୟା କରିବାକୁ ପଛାଇବେ ନାହିଁ । ଏହି ଖବର ପାଇ ସକାଳ ଖବର କାଗଜର ଖବରଦାତା ତଥ୍ୟ ସଂଗ୍ରହ ପାଇଁ ଡେଲାଙ୍ଗ ବାୟାବଜାରସ୍ଥିତ ଏହି ଅର୍ଥ ଲଗାଣ କାରି ସଂସ୍ଥା କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଉକ୍ତ କମ୍ପାନୀର ଅଧିକାରୀ ଗଣପ୍ରତିନିଧିଙ୍କୁ କବାଟ ବନ୍ଦ କରି ଦେଇ ଦୁବ୍ୟବହାର କରିଥିଲେ । ଏହାକୁ ଡେଲାଙ୍ଗ ହାଟ ଫାଣ୍ଡିରେ ଗଣପ୍ରତିନିଧି ଅଭିଯୋଗ କରିଥିଲେ ମଧ୍ୟ ଅର୍ଥ ଲଗାଣ କାରୀ ସଂସ୍ଥାକୁ ପୁଲିସ ସହଯୋଗ କରୁଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ କଅଁଳପଡା ଗ୍ରାମର ଜଣେ ମହିଳା ଜନକଲ୍ୟାଣ ବେସରକାରୀ ଅର୍ଥ ଲଗାଣ କାରୀ ସଂସ୍ଥା ଠାରୁ ଋଣ ନେଇଥିଲେ ।୨୬ଟି କିସ୍ତିରେ ଋଣ ସୁଝିବା ପାଇଁ ଚୁକ୍ତିପତ୍ର କରାଯାଇଥିଲା । ୨୧ଟି କିସ୍ତି ମହିଳା ଜଣଙ୍କୁ ସୁଝି ଦେଇଛନ୍ତି ।  ପର କିସ୍ତି ଅର୍ଥ ଦେବାରେ ମହିଳା ଜଣଙ୍କ କିଛି ସମୟ ଡେରି ହେବାରୁ  ସଂସ୍ଥାର ପରିଚାଳକ ମହିଳା ଜଣଙ୍କୁ ସମସ୍ତଙ୍କ ଆଗରେ ଦୁବ୍ୟବହାର କରିଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଗଣପ୍ରତିନିଧି ଶାଖାର ପରିଚାଳକଙ୍କୁ ପଚାରିବାରୁ ସେ ରାଗିଯାଇ କାର୍ଯ୍ୟାଳୟ ଦୁଆର ବନ୍ଦ କରି ଚୋରି ଓ ବଳତ୍କାର ମାମଲାରେ ଫସେଇ ଦେବାକୁ ଧମକ ଦେଇଥିବା ଗଣପ୍ରତିନିଧି କହିଛନ୍ତି  । ଏହାକୁ ନେଇ ଡେଲାଙ୍ଗ ହାଟ ଫାଣ୍ଡିରେ ଗଣପ୍ରତିନିଧି ଅଭିଯୋଗ କରିଛନ୍ତି । ଜଣେ କର୍ତ୍ୟବରତ ଗଣପ୍ରତିନିଧିଙ୍କୁ ଡେଲାଙ୍ଗ ପୁଲିସ ପକ୍ଷରୁ ନ୍ୟାୟ ପ୍ରଦାନ କରିବାକୁ ଡେଲାଙ୍ଗ ଅଞ୍ଚଳରେ ବୁଦ୍ଧିଜୀବୀ ମାନେ ପୁରୀ ଏସପିଙ୍କ ନିକଟରେ ଦାବି କରିଛନ୍ତି ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୮/୪/୨୦୨୧----୯,୦୦

Blog Archive

Popular Posts