Breaking News

ଟ୍ରାକ୍ଟର ସହ ବାଇକ ମୁହାଁମୁହିଁ ଧକ୍କା : ତିନି ମୃତ


 କନ୍ଧମାଳ--- ବାଲିଗୁଡା ଥାନା କୋଟପଡ଼ି ନିକଟରେ ମର୍ମାନ୍ତୁକ ସଡ଼କ ଦୁର୍ଘଟଣା  ଘଟିଛି। ଟ୍ରାକ୍ଟର ସହ ବାଇକ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ଦୁଇ ମୃତ ଓ ଜଣେ ଗୁରୁତର । ଗୁରୁତର ଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ମେଡିକାଲ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଫୁଲବାଣୀ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ଯୁବକଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।   ଅଗ୍ନିଶମ ବାହିନୀ ଓ ପୋଲିସ ଦ୍ୱାରା ମୃତ ଶବ ଗୁଡିକୁ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ମେଡିକାଲ କୁ ପଠା ଯାଇଛି । ସୂଚନା ଅନୁଯାୟୀ ବାଲିଗୁଡା ଥାନା ସିନ୍ଦ୍ରିଗାଁ ପଞ୍ଚାୟତର  ବିଗା ପଦର ଗ୍ରାମ ର ତିନି ଯୁବକ ବାଲିଗୁଡାରୁ ନିଜ ଗାଁକୁ ବାଇକ ରେ ଫେରୁଥିବା ସମୟରେ ବିପରୀତ ଦିଗ ରୁ ଆସୁଥିବା ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଛି । ମୃତକ ମାନେ ହେଲେ ବାଲିଗୁଡା ଥାନା ବିଗା ପଦର ଗାଁ ର ରାଧେକୃଷ୍ଣ ପୂଜାରୀ ଓ ଦଶରଥ ବିଶିମାଝି ଓ ସାଗର ଦିଗାଲ । ଏହି ଖବର ଗ୍ରାମରେ ପହଞ୍ଚିବା  ପରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି । ପୁଲିସ ଦୁର୍ଘଟଣା ଗସ୍ତ ଦୁଇଟିକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି ଜଣାପଡିଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା, ୨୪/୪/୨୦୨୧---୪,୨୦

Blog Archive

Popular Posts