Breaking News

ଟଙ୍କା ମାଗିବାରୁ ଜୀବନରେ ମାରି ଦେବାକୁ ଉଦ୍ଦ୍ୟମ ; ଥାନାରେ ଅଭିଯୋଗ

ସାକ୍ଷୀଗୋପାଳ-----ସତ୍ୟବାଦୀ ଥାନା ଅନ୍ତର୍ଗତ କମାର ସାହିର ବିଜୟ କୁମାର ମହାପାତ୍ର ମୁଳଅଳସା ଗ୍ରାମର କ୍ଷୀରୋଦ ପ୍ରଧାନଙ୍କ ଠାରୁ ଏକ ଚୋରା ମୋବାଇଲି କିଣିଥିଲେ । ମୋବାଇଲି କିଣା ବିକା ସମୟରେ କ୍ଷୀରୋଦ ଷ୍ଟାମ୍ପ ପେପରରେ ଦସ୍ତଖତ କରି ନିଜର ମୋବାଇଲି ବୋଲି କହି ବିଜୟଙ୍କ ଠାରୁ ଦଶ ହଜାର ଟଙ୍କା ନେଇଥିଲେ । ମାତ୍ର କ୍ଷୀରୋଦ ମୋବାଇଲି ଲୁଟେରା ଘଟଣାରେ ଧରାପଡି ଜେଲ ଯିବା ସହିତ ବିଜୟଙ୍କୁ ବିକ୍ରୟ କରିଥିବା ମୋବାଇଲି ଚୋରୀ ମୋବାଇଲି ବୋଲି ଜଣାପଡିଥିଲା । ପରେ ପୁଲିସ ଉକ୍ତ ମୋବାଇଲିକୁ ଜବତ କରିଥିଲେ । ଉଁଆସଡିହ ଗ୍ରାମ ପାଖରେ କ୍ଷୀରୋଦ ଓ ତାଙ୍କ ସାଙ୍ଗ ନାଗା ସାହୁ ଠିଆ ହୋଇଥିବା ଦେଖି କ୍ଷୀରୋଦ ତାଙ୍କୁ ଟଙ୍କା ମାଗିଥିଲେ । କ୍ଷୀରୋଦ ଓ ନାଗା ଦୁଇଜଣ ଯାକ ରାଗିଯାଇ ବିଜୟଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଳଜ କରିବା ସହ ବିଜୟଙ୍କୁ ମାରି ଦେବା ପାଇଁ ତାଙ୍କ ତଣ୍ଟି ଚିପି ଧରିଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ୧୮୨/୨୦୨୧ରେ ଏକ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।

Sakhigopal News, Dhirendra Senapati, , 29/4/2021--6,40

Blog Archive

Popular Posts