Breaking News

କରୋନା ଯୋଗୁ ରାୟଚକ୍ରଧରପୁରରେ ଅଶୋକାଷ୍ଟମୀ ଯାତ୍ରା ଫିକା ପଡିଲା


 ସାକ୍ଷୀଗୋପାଳ ------  ସତ୍ୟବାଦୀ ଥାନା ଅନ୍ତର୍ଗତ ରାୟଚକ୍ରଧରପୁର ଶାସନ ଗ୍ରାମରେ  କାହିଁ କେଉଁ କାଳରୁ ଅଶୋକାଷ୍ଠମୀ ପର୍ବ ପାଳନ ହୋଇ ଆସୁଛି । ମାତ୍ର ଦୁଇ ବର୍ଷ ହୋଇଗଲା କୋଭିଡ ଯୋଗୁ ସମ୍ପୁର୍ଣ୍ଣ ଫିକା ପଡିଯାଇଛି । ଗ୍ରାମବାସୀ ମାନେ ଗତବର୍ଷ କରୋନା ଯୋଗୁ ପର୍ବ ସେପରି ପାଳନ କରିନଥିଲେ । ଏ ବର୍ଷ ଯାକଜମକରେ ପାଳନ କରିବା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଦୁତୀୟ ଲହୋର କରୋନା ଯୋଗୁ ପୁରା ଫିକା ପଡିଯାଇଛି । ପ୍ରତି ବର୍ଷ ଏହି ଯାତ୍ରା ପାଇଁ ଗ୍ରାମଟି ଚଳ ଚଞ୍ଚଳ ହୋଇ ଉଠିଥିାଏ । ଘରେ ଘରେ ଝିଅ ଜ୍ୱାଇଁ,  କୁଣିଆ ବନ୍ଧୁ ବାନ୍ଧବରେ ଗହଳି ଲାଗିଯାଇଥିାଏ । ଗ୍ରାମ ଦାଣ୍ଡ ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଳସି ଉଠିଥାଏ । ରାଜ୍ୟ ସରକାରଙ୍କ କୋଭିଡ ଗାଇଡି ଲାଇନ ଅନୁସାରେ ଏ ବର୍ଷ ମଧ୍ୟ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମରେ ଯାତ୍ରା ନକରିବା ପାଇଁ ଗ୍ରାମ କୋଠର ମହାଜନୀ ମାନଙ୍କୁ ନିବେଦନ କରାଯାଇଥିଲା । କରୋନା ଯୋଗୁ କେବଳ ଠାକୁରଙ୍କ ନୀତିକାନ୍ତି କରିବା ପାଇଁ କୁହାଯାଇଛି । ଏହାକୁ ଗ୍ରାମ କୋଠ ମାନି କେବଳ ରଥକୁ ସୁ ସଜିତ କରି ଗ୍ରାମ ମଧ୍ୟ ଭାଗରେ ରଖାଯାଇଥିଲା । ଉକ୍ତ ରଥରେ ବଁ ପାଳର ନୀଳକଣ୍ଠେଶ୍ୱର , ରାଇପୁର ଗ୍ରାମର ହରିଶଙ୍କର ଓ ଦୋଳ ଗୋବିନ୍ଦ ବିଜେ କରିଥିଲେ । ଗ୍ରାମାବାସୀଙ୍କ ପକ୍ଷରୁ ସାମାଜିକ ଦୁରତା ରକ୍ଷା କରି ଠାକୁରଙ୍କୁ ପାରମ୍ପାରିକ ଚୁଡାଘଷା, କଦଳୀ, ଖଇ, କେରା, ପଇଡ, ଫଳମୂଳ ଆଦି ଭୋଗ ସେବାୟତ ମାନଙ୍କ ଦ୍ୱାରା କରାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୪/୨୦୨୧----୫,୪୦

Blog Archive

Popular Posts