କୋଭିଡ ସମୟରେ ଯାତ୍ରା କରି ସରପଞ୍ଚଓ ଗ୍ରାମ ମୁରବୀଙ୍କ ସହିତ ୩ ଗିରଫ; ଥାନାରୁ ଜାମିନିରେ ଗଲେ
ସାକ୍ଷୀଗୋପାଳ -------ରାଜ୍ୟରେ କରୋନାଙ୍କ ସଂଖ୍ୟା ବଡିବାରେ ଲାଗିଛି । ରାଜ୍ୟ ସରକାର ସମସ୍ତ ଶିକ୍ଷା ଅନୁଷ୍ଠାନ ସହିତ ମେଳଣ ଯାତ୍ରା ଉପରେ ରୋକ ଲଗାଇଛନ୍ତି । ଏହି ନିୟମକୁ ବେଖାତିରିକରି ଗ୍ରାମରେ ଯାତ୍ରା କରିବାକୁ ଅନୁମତି ପ୍ରଦାନ କରିବା ଓ ସରପଞ୍ଚ ହୋଇ ପ୍ରଶାସନକୁ ସହଯୋଗ ନ କରିବା ଏପରିକି କୋଭିଡ-୧୯ ଆଇନ ଉଲଙ୍ଗନ କରିବା ଅଭିଯୋଗରେ ସରପଞ୍ଚ ଓ ଗ୍ରାମ ପରିଚାଳନା କମିଟିର ସଭାପତିଙ୍କ ସହିତ ଅନ୍ୟ ତିନିଜଣ ସହଯୋଗୀଙ୍କୁ ସତ୍ୟବାଦୀ ପୁଲିସ ଗିରଫ କରିଥିବାର ଜଣାପଡିଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ମଞ୍ଜୁଲତା ଦେଇ ରାତ୍ର କାଳୀନ ଯାଞ୍ଚକରୁଥିବା ସମୟରେ ଖବର ପାଇଲେ ଯେ ବଳପୁର ଗ୍ରାମ ପଞ୍ଚାୟତର ହରିଆବୁଡା ଠାରେ କୋଭିଡ-୧୯ ଆଇନ ଉଲଙ୍ଗନ କରି ଯାତ୍ରା ହେଉଛି । ସେଠାରେ ହରିଆବୁଡା ବା ହରିସହଦେବ ମେଳଣ ସରିବା ପରେ ଏହି ଯାତ୍ରାର ଆୟୋଜନ ସ୍ଥାନୀୟ ସରପଞ୍ଚଙ୍କ ସହିତ ଗ୍ରାମ ପରିଚାଳନା କମିଟିର ସଭାପତି ଓ ତାଙ୍କର ସହଯୋଗୀ ମାନଙ୍କ ମାଧ୍ୟମରେ କରାଯାଇଥିଲା ବୋଲି ତଦନ୍ତ ସମୟରେ ଏଏସଆଇ ଜାଣି ପାରିିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଉକ୍ତ ପଞ୍ଚାୟତର ସରପଞ୍ଚ ତ୍ରିନାଥ ମହାପାତ୍ରଙ୍କ ସହିତ ଗ୍ରାମ ସଭାପତି ଜଟାଧାରୀ ପ୍ରଧାନ, ବେଣୁଧର ପ୍ରଧାନ, ପ୍ରଭାକର ପ୍ରଧାନ ଓ ନିର୍ମଳ ସ୍ୱାଇଁଙ୍କ ବିରୁଧରେ କୋଭିଡ-୧୯ ଆଇନ ଉଲ୍ଲଙ୍ଗନ କରିବା ଅଭିଯୋଗରେ ୧୭୧/୨୧ରେଏକ ମାମଲା ରୁଜ କରାଯାଇ ସେମାନଙ୍କୁ ଗିରଫ କରାଯିବା ସହଥାନାରୁ ଜାମିନରେ ଛଡାଯାଇଥିବା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ଏହା ଆଗରୁ ଏହି ଘଟଣାରେ ଯାତ୍ରା ପାର୍ଟିର ମାଲିକ ଓ ତାଙ୍କ ସହଯୋଗୀ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୪/୨୦୨୧----୫,୫୦