Breaking News

ଜାତୀୟ ରାଜପଥ ସଫେଇ ନାମରେ ଲକ୍ଷାଧିକ ଟଙ୍କା ଲୁଟ; ରାସ୍ତା ଓ ସେତୁ ଉପରେ ବାଲି, ଗୋଡି, କାଚରେ ପରିପୂର୍ଣ୍ଣ

 


ସାକ୍ଷୀଗୋପାଳ------ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥ ସଫେଇ ନାମରେ ଲକ୍ଷା ଲକ୍ଷାଧିକ ଟଙ୍କା ତୋଷରପାତ କରାଯାଇଥବା ଜଣାପଡିଛି । ଦୀର୍ଘଦିନ ହେବ ରାସ୍ତା ଉପରେ ବାଲି ,ଗୋଡ. କାଚ, ଅଳିଆ ଅବଜ୍ଜନା ପଡି ରହିଛି ।  ବିଭିନ୍ନ ବ୍ରିଜ ଓ ରାସ୍ତା କରରେ ଟ୍ରକ ଟ୍ରକ ବାଲି, ଗୋଡ,ି କାଚ. ଅଳିଆ , ଅବଜ୍ଜନା ବର୍ଷ ବର୍ଷ ଧରି ଗଦେଇ ହୋଇ ରହିଛି । ଅଭିଯୋଗ କଲେ ମଧ୍ୟ ସଫେଇ ହେବାର ନାଁ ଗନ୍ଦ ଧରୁ ନାହିଁ । ଅନ୍ୟ ପକ୍ଷେ ଠିକାଦାର ରାସ୍ତା ସଫେଇ ନାମରେ ପ୍ରତି ମାସରେ ଲକ୍ଷାଧିକ ଟଙ୍କା ବିଲ କରି ଅର୍ଥ ହଡପ କରାଯାଉଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ସାକ୍ଷୀଗୋପାଳ ଠାରୁ ତୁଳସିଚଉରା ପର୍ଯ୍ୟନ୍ତ ରାସ୍ତା କରରେ କାଚ, ଗୋଡି, ଅଳିଆ ସହିତ ବାଲି ଗଦା ହୋଇଛି । ଏପରିକି ରାସ୍ତାରେ ୪ରୁ ୫ ଫୁଟ ଚଉଡା ପର୍ଯ୍ୟନ୍ତ ବାଲି ଗଦା ହୋଇ ରହିଛି । ଯାହା ଫଳରେକି ସାଇକେଲ ଓ ପାଦଚଳା ଲୋକମାନେ ଯିବା ଆସିବାରେ ଅସୁବିଧା ସୃ୍‌ଷ୍ଟି ହେଉଛି । ସେମାନେ ରାସ୍ତା ଉପରକୁ ଆସିବା ଯୋଗୁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ବିଶେଷ କରି ସମାଜଦାପୁର ଓଭରବ୍ରିଜର ପୁରୀ ପଟୁ ଆସିବା ରାସ୍ତାରେ ବାଲି ଗଦା ହୋଇ ରହିଛି । ବର୍ଷା ହେଲେ ପଙ୍କ ପାଣି ହୋଇ ଜମା ହୋଇ ରହୁଛି । ସେହିପରି ଚନ୍ଦନପୁର ବାଇପାସ ରାସ୍ତାର ଭାର୍ଗବୀ ସେତୁ ଉପରେ ସେହିପରି ବାଲି ଗଦା ହୋଇ ରହିଛି । ଏହାକୁ ରାସ୍ତା ହେବା ଦିନଠାରୁ କେହି ସଫା କରି ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରନ୍ତି । ରାସ୍ତା ସଫେଇ ନାମରେ ନାମକୁ ମାତ୍ର କାମ କରାଯାଉଛି ବୋଲି ଜନସାଧାରଣରେ ଅଭିଯୋଗ ମାନ ହେଉଛି ।  ପକୃତ ପକ୍ଷେ ଏହି ରାସ୍ତା ସଫେଇ ନାମରେ ବଡ ଧରଣର ଲୁଟ ହେଉଥିବା ଜଣାପଡିଛି । ଏ ଦିଗପ୍ରତି ଜିଲ୍ଲା ପ୍ରଶାସନ ନର୍ଜର ଦେବାକୁ ସ୍ଥାନୀୟ ଜନସାଧାରଣରେ ଦାବି ହେଉଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୪/୨୦୨୧----୭,୩୦

Blog Archive

Popular Posts