ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା; ଥାନାରେ ଅଭିଯୋଗ
ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟ ପଞ୍ଚୁକେରା ଗ୍ରାମ ମୁଣ୍ଡରେ ଏକ ବିଜେପି କାର୍ଯ୍ୟାଳୟ ରହିଛି । ଗତ ରାତିରେ କେତେକ ଦୁବୁର୍ତ୍ତ ଘର ଚାବି ଭାଙ୍ଗି ଘରେ ପଶିଥିଲେ । ସେଠାରେ ସେପରି କିଛି ନ ପାଇବାରୁ ସେମାନେ ରାଗରେ ଘରେ ଥିବା ବିଭିନ୍ନ ଉପକରଣ ସାମଗ୍ରୀ ଗୁଡିକ ଭଙ୍ଗାରୁଜା କରିଥିବା ନେଇ ବନମାଳୀ ପ୍ରଧାନ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନାରେ ୧୭୨/୨୧ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୪/୨୦୨୧----୫,୫୦