ପାନୀୟ ଜଳ ଅପବ୍ୟୟ ରୋକିବା ପାଇଁ ବିଡିଓ ନେଲେ ପଦକ୍ଷେପ
ସାକ୍ଷୀଗୋପାଳ ---- ରାଜ୍ୟ ସରକାର ଗ୍ରାମଞ୍ଚଳରେ ପାନୀୟ ଜଳ ଯୋଗାଣ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ଘର ପାଖରେ ପାନୀୟ ଜଳ ଯୋଗାଣର ବନ୍ଦୋବସ୍ଥ କରିଛନ୍ତି । ଖରାଦିନ ଯୋଗୁ ଲୋକମାନେ ପାନୀୟ ଜଳ ପାଇବା ପାଇଁ ଡହଳ ବିକଳ ହେଉଛନ୍ତି । ପାନୀୟ ଜଳକୁ ସଠିକ ବ୍ୟବହାର ନ କରି କିଏସେ ଗାଈ ଗୁହାଳ ଧୋଉଥିବା ବେଳେ କିଏସେ କଦଳୀ, ନଡିଆ, ପନି ପରିବା ଚାଷକୁ ପାନୀୟ ଜଳକୁ ବ୍ୟବହାର କରୁଥିବା ନେଇ ସତ୍ୟବାଦୀ ବିଡିଓଙ୍କ ପାଖରେ ଅଭିଯୋଗ ହୋଇଥିଲା । ଏହାକୁ ରୋକିବା ପାଇଁ ବିଡିଓ କ୍ଷୀରୋଦ କୁମାର ବେହେରା ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଜେଇ ଅନିତା ପଣ୍ଡା ଓ ସତ୍ୟବାଦୀ ପୁଲିସର ସାହାର୍ଯ୍ୟରେ ଦୁଗଲ, ବିଶ୍ୱନାଥପୁର, ବାହ୍ମଣପଡା ଆଦି ଗ୍ରାମ ଉପରେ ଚଡାଉ କରିଛନ୍ତି । ଯେଉଁମାନେ ପାନୀୟ ଜଳ ସଠିକ ବ୍ୟବହାର ନକରି କୃଷି ଓ ଘର କାମରେ ଲଗାଇଥିଲେ ସେମାନଙ୍କର ପାଇପି ଜବତ କରାଯାଇଛି । ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ବାମଦେଇପୁରର ସୁରଥ ଜେନା, କୃଷ୍ଣଚନ୍ଦ୍ର ଜେନା, ହର ପ୍ରସାଦ ମିଶ୍ର ଓ ରଜତ , ଦୁଗଲ ଗ୍ରାମ ପଞ୍ଚାୟତର କପିଳ ମଲ୍ଲିକ, ବାଲୁ ମଲ୍ଲିକ, ପ୍ରଶାନ୍ତ କୁମାର ଦୀକ୍ଷିତ ଓ ପୁରୀ ସଦରର ଅକ୍ଷୟ ଦଳାଇ, ନିଶି କାଣ୍ଡିଙ୍କ ବିରୁଧରେ ବିଡିଓ ଶ୍ରୀ ବେହେରା ଥାନାରେ ପାନୀୟ ଜଳ ଚୋରି କରିବା ଓ ଅପବ୍ୟୟ କରିବା ଅଭିଯୋଗ କରିଥବା ଜଣାପଡିଛି । ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତି, ୨୭/୪/୨୦୨୧---୮,୫୦