ଦିଅର ମାଡରେ ଭାଉଜ ଆହତ
ସାକ୍ଷୀଗୋପାଳ------ ସତ୍ୟବାଦୀ ଥାନା ଅନ୍ତର୍ଗତ ଧାନକେରା ଗ୍ରାମ ପଞ୍ଚାୟତର ନାଗଣ ଗ୍ରାମରେ ଦିଅର ମାଡିରେ ଭାଉଜ ଆହତ ହୋଇଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଗ୍ରହଣ କରି ୧୫୦/୨୦୨୧ରେ ଏକ କେସରୁଜ କରାଯାଇଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ଦୁଇ ପରିବାର ମଧ୍ୟରେ ଟଙ୍କାକୁ ନେଇ ପାଟିତୁଣ୍ଡ ରୁ ହାତାହାତି ହୋଇଥିଲେ । ଯାହା ଫଳରେକି ଦିଅର ଆନନ୍ଦ ପ୍ରଧାନଙ୍କ ମାଡିରେ ସାବିତ୍ରି ପ୍ରଧାନ ଆହତ ହୋଇଥିବା ନେଇ ସେ ନିଜେ ଥାନାରେ ଅଭିଯୋଗ କରିଥବା ଜଣାପଡିଛି । ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ ଜାରି ରହିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୪/୨୦୨୧---୮,୩୦