Breaking News

ପୁତୁରା ଭୁଜାଲି ଚୋଟରେ କକା ଗୁରୁତର

 ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଧାନକେରା ଗ୍ରାମ ପଞ୍ଚାୟତର ନାଗଣ ଗ୍ରାମରେ ପୁତୁରା କାହ୍ନା ପ୍ରଧାନଙ୍କ ଭୁଜାଲି ଚୋଟରେ ଆନନ୍ଦ ଚନ୍ଦ୍ର ପ୍ରଧାନ ଗୁରୁତର ହୋଇ ପୁରୀ ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଆନନ୍ଦଙ୍କ ସ୍ତ୍ରୀ ବିମଳନୀ ପ୍ରଧାନ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି ଯେ ଘରୋଇ କଳିରୁ ପୁତୁରା କାହ୍ନା ଏକ ଭୁଜାଲିରେ ତାଙ୍କ କକା ଆନନ୍ଦକୁ ହାଣି ଦେଇଛି । ଅଭିଯୋଗକୁ ଗ୍ରହଣ କରି ୧୫୧/ ୨୦୨୧ରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୪/୨୦୨୧---୮,୩୦

Blog Archive

Popular Posts