
ସାକ୍ଷୀଗୋପାଳ----- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚ୍ଚିବ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ସୁଆଣ୍ଡୋ ଗ୍ରାମକୁ ପଥମେ ଗସ୍ତ କରିଥିଲେ । ସେଇଦିନ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଗୋପବନ୍ଧୁଙ୍କ ପରିବାର ଓ ସୁଆଣ୍ଡୋ ଗ୍ରାମବାସୀଙ୍କୁ କହିଥିଲେ । ଏବେ ରାଜ୍ୟ ସରକାର ଦେଖିଥବା ସ୍ୱପ୍ନ ସାକାର ହେବାକୁ ଯାଉଛି । ରାଜ୍ୟ ଓବିସିସି ପକ୍ଷରୁ ଏହି ଐ୍ୟତିହ ଗ୍ରାମ କାମ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏହି ଐ୍ୟତିହ ଗ୍ରାମ କାମ ଆରମ୍ଭ କରାଯାଇଛି । ଗୋପବନ୍ଧୁଙ୍କ ପରିବାର ଠାରୁ ଜମି ଅଧିଗ୍ରହଣ କରିବା ପରେ ଉକ୍ତ ଜମିକୁ ସମତୁଳ କରାଯାଇଛି । ଗୋପବନ୍ଧୁଙ୍କ ପୁସ୍ତକ, ଅରଟ, କିଛି ସମାଗ୍ରୀ ସାଇତି ରଖିବା ପାଇଁ ଏକ ମ୍ୟୁଜିୟମ ଘର ନିର୍ମାଣ ପାଇଁ ମାଟି ଖୋଳା ଆରମ୍ଭ ହୋଇଛି । ଘର ତିଆରି କରିବା ପାଇଁ ର ମେଟାଲ ଜମା ହେବା ଆରମ୍ଭ ହୋଇଛି । ମାତ୍ର କାମ ଯେଉଁ ପରି ଆଗେଇବା କଥା ସେହିପରି କାମ ସେଠାରେ ଆଗେଉନାହିଁ ବୋଲି ଗ୍ରାମାବସୀ ମାନେ ଅଭିଯୋଗ ଆଣିଛନ୍ତି । ସେହିପରି ଗ୍ରାମରେ ଥିବା ପୁଷ୍କରଣୀ ପୁନଃରୁଦ୍ଧାର କରିବା କାର୍ଯ୍ୟ ଆରମ୍ଭ ହୋଇଛି । ଓବିସିସିର ଜେନେରାଲ ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ଟାଟା କମ୍ପାନୀର ପ୍ରମୁଖ ଅଧିକାରୀ ମାନେ ନିର୍ମାଣ ସ୍ଥଳ ପରିଦର୍ଶନ କରିଛନ୍ତି । ଅନ୍ୟ ପକ୍ଷେ ମ୍ୟୁଜିୟମ, ପାଚେରୀ, ଶିଶୁ ଉଦ୍ୟାନ, ଥିମ ପାର୍କ ଆଦି କାର୍ଯ୍ୟାର ଡିଜାଇନ ନକ୍ସା ଏ ପର୍ଯ୍ୟନ୍ତ ଉଚ୍ଚ ସ୍ତରୀୟ ଚୁଡାନ୍ତ ହୋଇ ନ ପାରିବାରୁ କାର୍ଯ୍ୟ ବିଳମ୍ବ ହେଉଥିବା ଜଣାପଡିଛି ।

ଗ୍ରାମ ଦେବତା ଶ୍ରୀ ଲୋକେଶ୍ୱର ଦେବଙ୍କୁ ମନ୍ଦିରର ଉନ୍ନତି ବା ଆଜିର ଦିନରେ ନୂତନଜ୍ଞାନ କୌଶଳରେ ମନ୍ଦିର ନର୍ମାଣ କରିବା ପାଇଁ ଶିବଲିଙ୍ଗ ଅସ୍ଥାୟୀ ମନ୍ଦିରକୁ ସ୍ଥାନାନ୍ତର କରାଯାଇଛି । ଅନେକ କାମ ବାକି ରହିଛି । ଆଉ ତିନି ମାସ ପରେ ବର୍ଷା ଦିନ ଆସିଯିବ । କାମ ଏ ବର୍ଷ ସରିବକି ନାହିଁ ସନ୍ଦେହ ସୃଷ୍ଟି ହୋଇଛି । ଗ୍ରାମ ଦାଣ୍ଡ ବା ସୁଆଣ୍ଡୋ ବ୍ରିଜ ଠାରୁ ସୁଆଣ୍ଡୋ ଗ୍ରାମ ପର୍ଯ୍ୟନ୍ତ ରାସ୍ତା କାମ ଧିମେଇ ଯାଇଛି ବୋଲି ଜନସାଧାରଣରେ ଆଲେଚନା ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୪/୨୦୨୧---୧୦,୨୦