ସତ୍ୟବାଦୀ ପୁଲିସ ପକ୍ଷରୁ ଇନ୍ଦିପୁର ଡାକ୍ତରଖାନା ଛକ ଠାରେ ନାକା ବନ୍ଦୀ
ସାକ୍ଷୀଗୋପାଳ---- ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲା ଏସପି ଡେ କନୱର ବିଶ୍ୱାଳ ସିଂହଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ପୋଲିସ ପକ୍ଷରୁ ଇନ୍ଦିପୁର ମେଡିକାଲ ଛକ ନିକଠରେ ନାକାବନ୍ଦୀ କରି ସମସ୍ତ ଗାଡି, ମଟର ସାଇକେଲକୁ କଡାକଡି ଭାବେ ଯାଞ୍ଚ କରାଯାଉଛି । ଯାହା ଫଳରେକି ଉପ ନିର୍ବାଚନ ସମୟରେ ବେଆଇନ ଭାବେ ମଦ, ଟଙ୍କା ଓ ଅନ୍ୟ ସମାଗ୍ରୀ ଚୋରା ରାଲାଣକୁ ରୋକିବା ପାଇଁ ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ ତତ୍ୱବଧାନରେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସେଠାରେ ଯାଞ୍ଚ ପ୍ରକିୟା ଆରମ୍ଭ କରିଛନ୍ତି । ସତ୍ୟବାଦୀ ଥାନା ଏଏସଆଇ ଅକ୍ଷୟ ମାଳ ଓ ବୈଷ୍ଠବ ମହାରଣା ଫୋର୍ସ ସହିତ କ୍ୟାମ୍ପ କରି ୨୪ ଘଣ୍ଟିଆ ଗାଡି ମଟର ଯାଞ୍ଚ କରାଯିବ ବୋଲି ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୪/୨୦୨୧---୧୦,୨୦