ଡେଲାଙ୍ଗ--- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ଅଗ୍ରଣୀ ସେବା ସଂସ୍ଥା ସ୍ୱାଧୀନ ସେବା ସଂସ୍ଥା ପକ୍ଷରୁ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ବୁଲା ଗାଈ ଗୋରୁ ମାନେ ପାନୀୟ ଜଳ , ଖାଦ୍ୟ ପାଇଁ ବହୁ ଅସୁବିଧାରେ ପଡୁଛନ୍ତି । ଏହାକୁ ନଜର କରି ସ୍ୱାଧୀ ନ ସେବା ସଂସ୍ଥା ପକ୍ଷରୁ ଡେଲାଙ୍ଗ ହାଟ ବଜାର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ କୁଣ୍ଡ ରଖାଯାଇଛି । ସେଥିରେ ପାଣି, କୁଣ୍ଡା ଚୋକଡ ଅନୁଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଯୁବ ସଂଗଠକ ଶାନ୍ତନୁ ରାୟ, ବିଶ୍ୱଜିତ ପାଢ଼ି, ସୁଜିତ କୁମାର ବାରିକ ଓ ପ୍ରମୋଦ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକୁ ଜନସାଧାରଣ ବେଶ ପ୍ରଶାଂସ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୫/୪/୨୦୨୧---୪,୫୫