ସୁକଳ ପଞ୍ଚାୟତରେ ରାସ୍ତା ପାଇଁ ସ୍ୱତନ୍ତ୍ର ପଲ୍ଲିସଭା
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ସତ୍ୟବାଦୀ ପଞ୍ଚାୟତ ସମିତିର ଶୁକଳ ଗ୍ରାମ ପଞ୍ଚାୟତରେ ପଲ୍ଲୀ ସଭା ମାଧ୍ୟମରେ କେତେକ ପ୍ରକଳ୍ପ ସ୍ଥାନ ପାଇଛି । ସେଥି ମଧ୍ୟରୁ ପିଡବ୍ଳୁଡି ରାସ୍ତା ଠାରୁ ତଡାଶ ଭାୟା ବାଟୁଳିପଡା ଦେଇ ଚୁରାଳି ପର୍ଯ୍ୟନ୍ତ କରାଯିବ । ଏହି ରାସ୍ତାଟି ପ୍ରାୟ ୯ କି,ମି ହେବ ବୋଲି ଜଣାପଡିଛି । ରାସ୍ତା ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତଭୁକ୍ତ କରାଯିବା ପାଇଁ ନିସ୍ପତି କରାଯାଇଛି । ଏହି ଅବସରରେ ପାଦଚଲା ପର୍ଯ୍ୟବେକ୍ଷଣ କରାଯାଇଥିଲା । ରାସ୍ତାର ଉନ୍ନତି କରଣ ନିମେନ୍ତ ଏକ ସଭାର ଆୟୋଜନ କରାଯାଇଥିଲା । ଉପସ୍ଥିତ ଗ୍ରାମବାସୀ ଓ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କ ସହିତ ସହକାରୀ ଯନ୍ତ୍ରୀ ମାନେ ଉପସ୍ଥିତ ରହି ନିଜ ନିଜ ସୁଚିନ୍ତି ମତ ପ୍ରକାଶ କରିଥିଲେ । ନିର୍ମାଣ ହେବାକୁ ଥିବା ରାସ୍ତାରେ ପୋଲ ଓ କଲର୍ଭଟ ଇତ୍ୟାଦି ସମ୍ପର୍କେ ଆଲେଚନା କରିଥିଲେ । ରାସ୍ତାର ଉନ୍ନତି କରଣ ନିମେନ୍ତ ଉପସ୍ଥିତ ଥିବା ଗ୍ରାମାବସୀ ମାନେ ସମର୍ଥନ ଜଣାଇବା ସହ ସହମତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଓ ସମିତିସଭ୍ୟ ଜଳନ୍ଦର ସେଠୀଙ୍କ ସହ ୱାର୍ଡ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୩/୨୦୨୧-----୮,୧୦