Breaking News

ମୋବାଇଲି ନେଟୱାର୍କ ନ ରହିବାରୁ ଅସନ୍ତୋଷ ବୃଦ୍ଧି

 ସାକ୍ଷୀଗୋପାଳ----- ଆଜିର ଦିନରେ ସମସ୍ତଙ୍କ ହାତରେ ୪ଜି ମୋବାଇଲି । ଗୋଟିଏ ସେକେଣ୍ଡ ମଧ୍ୟରେ କଥା ଓ ଫଟୋ ସହିତ ଭିଡିଓ କାହିଁ କେଉଁଠି ପହଞ୍ଚି ପାରୁଛି । ଏହି କ୍ଷେତ୍ରରେ ଜିଓ ସର୍ବ ଆଗରେ ରହିଥିଲା । ଏଥିପାଇଁ ଯୁବପୀଢ଼ି ମାନେ ଜିଓସିମକୁ ଆପଣେଇଛନ୍ତି । ଏବେ କିଛି ଦିନହେବ ସତ୍ୟବାଦୀର ଅଳଗୁମ, ଜିପୁର, ନରେନ୍ଦ୍ରପୁର, ଘାସିଭାବନିପୁର, ଶ୍ରୀରାମଚନ୍ଦ୍ରପୁର, ବନପୁର, ମଧୁବନ, ଏପରିକି ସତ୍ୟବାଦୀ ବଜାର ଉପରେମଧ୍ୟ ଜିଓର ନେଟୱାର୍କ ଖରାପ ହୋଇ ପଡିଛି ।  ଯାହାକି ୧୯୯ଟଙ୍କା ପକାଇବା ପରେ ଦିନକୁ ଦେଢ଼ଜିବି ଡାଟା ମିଳୁଛି । ମାତ୍ର ନେଟ୍‌ୱାର୍କ ନ ରହିବାରୁ ଡାଟା ବଳିପଡୁଛି । ତା ପରଦିନ ବଳିଥିବା ଡାଟା ଉଡିଯାଉଛି । ଏ ସମ୍ପର୍କରେ ଶ୍ରୀନିବାସ ରଥ ଓ ମନୋଜ ସାହୁ ଜିଓର ଗ୍ରାହକ ସେବା କେନ୍ଦ୍ରକୁ ଫୋନ ଯୋଗେ ସେମାନଙ୍କ ଅଞ୍ଚଳରେ ଥିବା ଏହି ସମସ୍ୟା ସମ୍ପର୍କରେ ଆଲେଚନା କରିବା ପରେ ସେବା କେନ୍ଦ୍ରର ଅଧିକାରୀ ମାନେ କହନ୍ତି ନେଟ୍ୱୱାର୍କ ସମସ୍ୟା ରହିଛି । ବହୁ ଶିଘ୍ର ସମସ୍ୟା ସମାଧାନ କରାଯିବ । ମାତ୍ର ଏ ସମ୍ପର୍କରେ ମୋବାଇଲିକୁ କୌଣସି ସୁଚନା ବା ମେସେଜ ଆସୁନାହିଁ ବୋଲି  ସରୋଜ ପ୍ରଧାନ, ବିଜୟ ବେହେରା, ଦୁର୍ଗା ପ୍ରସାଦ ବେହେରା ସବିତା ଭୋଇ ପ୍ରମୁଖ କହନ୍ତି । ଯଦି ନେଟୱାର୍କ ଅସୁବିଧା ହେଉଛି ତା ହେଲେ ଆମର କ୍ଷତି ହେଉଥିବା ଡାଟା  ପର ମାସରେ ଆର୍ଡ କରିବା ପାଇଁ ଯୁବକ ମାନେ ଜିଓ କମ୍ପାନୀର ଅଧିକାରୀ ମାନଙ୍କୁ ନିବେଦନ କରିଛନ୍ତି । ନଚେତ ଆଗରୁ ଯେଉଁପରି ନେଟୱାର୍କ ରହିଥିଲା ସେହି ପରି ନେଟୱାର୍କ ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୩/୨୦୨୧-----୮,୧୦

Blog Archive

Popular Posts