ବାଲି ଖୋଳୁ ଖୋଳୁ ବାହାରିଲା ମନ୍ଦିର
ଯାଜପୁର--- ବାଲି ଖୋଳୁ ଖୋଳୁ ବାହାରିଲେ ମହାଦେବ । ଯାଜପୁର ଜିଲ୍ଲା ଦଶରଥପୁର ତହସିଲ ଅଧିନସ୍ତ ସିଧେଶ୍ୱର ପୀଠ ନିକଟରେ ଥିବା ବୈତରଣୀ ନଦୀ ଗର୍ଭରୁ ଗୋଟିଏ ଶିବ ଲିଙ୍ଗ ବାହାରିଥିବା ବେଳେ ଆଉ ଦୁଇଟି ମନ୍ଦିରର ମୁଖୁଚୁଳା ମଧ୍ୟ ଦୃଶ୍ୟମାନ ହେଉଛି । ସିଧେଶ୍ୱର ମନ୍ଦିରରୁ ଦୁଇଶହ ମିଟର ଦୂରରେ ବୈତରଣୀ ନଦୀ ଗର୍ଭରୁ ଜେସିବି ସାହାଯ୍ୟରେ ବାଲି ଖୋଳା ଚାଲିଛି । ଆଉ ରାତି ଦିନ ଏଠାରୁ ବାଲି ଅନବରତ ଖୋଳା ଚାଲିଛି ବାଲି । ମନ୍ଦିର ନିକଟରେ କିପରି ବାଲି ଖୋଲିବାକୁ କିଏ ଅନୁମତି ଦେଲା ତାହା ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠିଛି । ତେବେ ବୈତରଣୀ ନଦୀ ଗର୍ଭରୁ ଉପରକୁ ଉଠିଥିବା ମହାଦେବ ଙ୍କ ଶିବ ଲିଙ୍ଗ ଏବଂ ଦୁଇଟି ମନ୍ଦିରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି । ତେବେ ଏହି ଶିବ ଲିଙ୍ଗ ଏବଂ ମନ୍ଦିରର ସୁରକ୍ଷା ପାଇଁ ଦାବି କରିଛନ୍ତି ସିଧେଶ୍ୱର ମନ୍ଦିରର ସେବାୟତ । ଯାଜପୁର ରୁ ଶିବକେତନ ମହାନ୍ତି ଙ୍କ ରିପୋର୍ଟ,୧୬/୩/୨୦୨୧----୮,୩୦
ବାଇଟ_ମନ୍ଦିର ପୂଜକ