ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତି ନଷ୍ଟ,: ତିନି ବଖରା ଘର ଧ୍ବଂସ
ଯାଜପୁର---- ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ରଣପୁର ଗ୍ରାମ ରେ ନିଆଁ ଲାଗି ଗ୍ରାମ ର ମାଧବ ମଳିକ ଏବଂ ସତ୍ୟଜିତ ମଳିକ ଙ୍କ ୩ ବଖରା ଘର ଜଳି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତି ନିଆଁ ରେ ପୋଡ଼ି ନଷ୍ଟ ହୋଇଯାଇଛି। ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ,୧୬/୩/୨୦୨୧----୬,୩୦