ନବଗ୍ରହ ମନ୍ଦିର ସପ୍ତମ ବାଷିକ ପ୍ରତିଷ୍ଠା ଦିବସ ପାଳିତ
ସାକ୍ଷୀଗୋପାଳ-- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ଗ୍ରାମ ପଞ୍ଚାୟତର ବାଗଲପୁର ଗ୍ରାମରେ ଶିବ ମନ୍ଦିର ପରିସରରେ ନବଗ୍ରହ ମନ୍ଦିର ପ୍ରତିଷ୍ଠାର ସପ୍ତମ ବାର୍ଷିକ ଅବସରରେ ଶାନ୍ତଯଜ୍ଞ ଓ ନାମସଂକୀର୍ତ୍ତନ କରାଯାଇଥିଲା । ବ୍ୟାସ ଭାବେ ସଞ୍ଜୟ କୁମାର ଦୀକ୍ଷିତ, ଅଚାର୍ଯ୍ୟ ପଞ୍ଚାନନ ପଣ୍ଡା ଓ ପୁଜକ କାହ୍ନୁଚରଣ ଦୀକ୍ଷିତ କାର୍ଯ୍ୟ ତୁଲାଇଥିଲେ । କର୍ତାକର୍ତ୍ତୀ ଭାବେ ଲେକନାଥ ବେହେରା, ଓ ସତ୍ୟଭାମା ବେହେରା ରହିଥିଲେ । ଗ୍ରାମର ବାସୁଦେବ ଯୁବକ ସଂଘର ଯୁବକ ମାନେ ସହଯୋଗ କରିଥିଲେ । ଏହି ଅବସରରେ ମନ୍ଦିର ପରିସରରେ ଶାନ୍ତ ଯଜ୍ଞର ଆୟୋଜନ କରାଯାଇଥିଲା ।ପୂର୍ଣ୍ଣାହୂତି ସମୟରେ ଆଖପାଖ ଗ୍ରାମର ଲୋକଙ୍କର ଭିଡ ପରିଲକ୍ଷିତ ହୋଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୩/୨୦୨୧----୮,୪୫