Breaking News

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମଜୟନ୍ତୀ ପାଳିତ


 ଜଟଣୀ---- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମଜୟନ୍ତୀ ଜଟଣୀର ସହରାଞ୍ଚଳ ଓ ଗ୍ରାମାଞ୍ଚଳ କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଜଟଣୀ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଜୁବାବୁଙ୍କ ଜନ୍ମଜୟନ୍ତୀ ସହିତ ପଞ୍ଚାୟତର ରାଜ ଦିବସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଡ଼ିଓ ସରୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଅନେକ ସରପଞ୍ଚ, ସମିତି ସଭ୍ୟସଭ୍ୟା ପ୍ରମୁଖ ଯୋଗଦେଇଥିଲେ ।   ଏହି ଅବସରରେ ଜଟଣୀ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀକୁ ପଞ୍ଚାୟତ ଦିବସ ଓ ଲୋକ ସେବା ଦିବସ ଭାବେ ରାଜ୍ୟ ସରକାର ପାଳନ କରିଛନ୍ତି । ତାଙ୍କର କେତେକ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଓଡ଼ିଶାର ମାନ୍ୟବାର ମୁଖ୍ୟମନ୍ତ୍ରୀ ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସରକାରଙ୍କ ତରଫରୁ ହୋଇଥିôବା ବିଭିନ୍ନ ପ୍ରକାର ଲୋକାଭିମୁଖୀ ଯୋଜନା ସଂପର୍କରେ ଏଠାରେ ଉପସ୍ଥିତ ଥିବା ବହୁ ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ି କର୍ମୀମାନଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ବିଜୁ ବାବୁଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବା ଯାଇ ଜନମଙ୍ଗଳକାରୀ ଯୋଜନା ମାଧ୍ୟମରେ ଆଜି ଗ୍ରାମାଞ୍ଚଳ ବିକାଣ ଧାରାରେ ଚାଲିଛି ଓ ପରିବର୍ତ୍ତନ ଆସିଛି । ଆଜି ଗ୍ରାମାଞ୍ଚଳର ମା’ମାନେ ବିକାଶ ଧାରା ସହିତ ଯୋଡ଼ି ହେଉଛନ୍ତି । ସମସ୍ତ ସରକାରୀ ସୁବିଧା କିପରି ତୃଣ ମୂଳ ସ୍ତରରେ ପହଞ୍ଚିବ ତାହା ଆମମାନଙ୍କର ଦାୟିତ୍ୱ ହେବା କଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ କନଫ୍ରେରନ୍‌ସିଙ୍ଗ୍ ଜରିଆରେ ବକ୍ତବ୍ୟ ରଖିଥିଲେ ।

ଏହି ଉତ୍ସବଟି ଜଟଣୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉତ୍ସବ ଭାବରେ ପରିଗଣିତ ହୋଇ ସ୍ଥାନୀୟ ସ୍ରଷ୍ଟା ପରିସରରେ ପାଳିତ ହୋଇଯାଇଛି । ଆଜି ପ୍ରତ୍ୟୁଷରୁ ବଡ଼ ନୂଆଗାଁ ୟୁଥ କ୍ଲବ ତରଫରୁ ଅନନ୍ତ ଶତପଥିଙ୍କ ନେତୃତ୍ୱରେ ହରିଭାଇନା ଛକ ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଥିଲା । ପରେ ପରେ ଏହି ପବିତ୍ର ତିଥିରେ ବରଣ୍ୟ ମହାନ୍ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଜଟଣୀ ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତାର ଦଳର ସଭାପତି ବିଭୁତି ଭୂଷଣ ବଳବନ୍ତରାୟ ଓ ଖୋର୍ଦ୍ଧା ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।  ବିଜୁ  ଯୁବ, ଛାତ୍ର ଓ ମହିଳା ମାନେ ହଜାର ହଜାର ସଂଖ୍ୟାରେ ଏକତ୍ରିତ ହୋଇ ଜଟଣୀ ଗେଟ୍ ଠାରୁ ଅତିଥିମାନଙ୍କୁ ଏକ ସ୍ୱତନ୍ତ୍ର ର‌୍ୟାଲିରେ ପାଛୋଟି ନେଇଥିଲେ ।  ପ୍ରଥମେ ଅତିଥିମାନେ ମହାତ୍ମାଗାନ୍ଧି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଭାସ୍ଥଳକୁ ଯାଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ବଳବନ୍ତରାୟ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ବିଜୁ ପ୍ରେମୀ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଆଜି ସାରା ଭାରତ ବର୍ଷ ସମେତ ଓଡ଼ିଶା ରାଜ୍ୟରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଓଡ଼ିଶାର ୧ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଥିବା ମାନ୍ୟବର ନବୀନ ପଟ୍ଟନାୟକ ବହୁ ଲୋକାଭିମୁଖି ଯୋଜନା ପରିକଳ୍ପନା କରି ରାଜ୍ୟର ବିକାଶ କରିଚାଲିଛନ୍ତି ।  ଏହି ପରିପେକ୍ଷୀରେ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ତୃଣମୂଳ ସ୍ତରରେ ଦଳୀୟ କର୍ମୀମାନଙ୍କୁ ଶ୍ରୀ ବଳବନ୍ତରାୟ କହିଥିଲେ ଯେପରି ରାଜ୍ୟ ସରକାରଙ୍କ ପ୍ରତ୍ୟେକଟି ଜନ ମଙ୍ଗଳକାରୀ ଯୋଜନାର ସୁବିଧା ଓ ସୁଫଳ ଜନସାଧାରଣ ପାଇପାରିବେ ସେ ଦିଗ ପ୍ରତି ନଜର ଦେବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ସୁଦର୍ଶନ ସୁନ୍ଦରାୟ, କୈଳାସ ମହାପାତ୍ର, ପ୍ରଶାନ୍ତ ପାଇକରାୟ, ହେମନ୍ତ ମହାପାତ୍ର, ବିଜୟ ଛୋଟରାୟ, ପୂର୍ବତନ କାଉନସିଲର ବିଜୟ ପଣ୍ଡା, ଜିଲ୍ଲା ସମ୍ପାଦକ ଅନନ୍ତ ଶତପଥି, ଜିଲ୍ଲା କୋଷାଧ୍ୟକ୍ଷ ରାଜକିଶୋର ସ୍ୱାଇଁ, ବିଜୁ ଜନତା ଦଳର ଉପଦେଷ୍ଟା ସନ୍ତୋଷ ଜେନା, ନମିତା ପାଲ, ଅର୍ଣ୍ଣପୂର୍ଣ୍ଣା ସାହୁ, ସୌମ୍ୟାସୋମାଲିକା ରାୟ, ସ୍ମିତା ରାୟ, ଏନ୍‌. ସୀତା, ମଞ୍ଜୁବାଳା ସାହୁ, ଦେବସ୍ମିତା ଦାସ, ଶଶୀକାନ୍ତ ମହାପାତ୍ର, ବିଭୁତି ଭୂଷଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବୀର କିଶୋର ବାରିକ ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେଡି ଦଳରେ ସାମିଲ ହୋଇଥିଲେ ।

ଜଟଣୀରୁ ରଙ୍ଗନାଥ ବେହେରା, ୬/୩/୨୦୨୧---୫,୧୫


Blog Archive

Popular Posts