Breaking News

ଟ୍ରେନ ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ

 ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ଲେବୁଲ କଂସ୍ରି ଓ ସାକ୍ଷୀଗୋପାଳ ରେଳ ଷ୍ଟେସନ ମଧ୍ୟରେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଛି । ସୁଚନାଯୋଗ୍ୟଯେ ମୃତ୍ୟୁକଙ୍କ ଘର ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ଗ୍ରାମର ବାବୁଲା କାଣ୍ଡି (୫୫) । କୌଣସି କାମରେ ସାକ୍ଷୀଗୋପାଳ ସେ ଆସିଥିଲେ । ଗୁରୁବାର ବିଳମ୍ବିତ ରାତିରେ ଟ୍ରେନ ଲାଇନ ଉପରକୁ ସେ ପଳାଇ ଆସିଥିଲେ । ସେ ସମୟରେ ଖୋର୍ଦ୍ଧାରୁ ପୁରୀ ଅଭିମୁଖେ ଆସୁଥିବା କୌଣସି ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେକି ତାଙ୍କର ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ସକାଳେ ବଳଙ୍ଗାରୁ ଆସିଥିବା ପରିବା ବ୍ୟବସାୟୀ ମାନେ ଶବ ଦେଖିବା ପରେ ଜିହ୍ନଟ କରିବା ସହ ତାଙ୍କ ଘରକୁ ଖବର ଦେଇଥିଲେ । ଖବର ପାଇ ତାଙ୍କ ବଡ ପୁଅ ବୁଲୁ କାଣ୍ଡି ଓ ତାଙ୍କ ପରିବାରର ସଦସ୍ୟ ମାନେ ସାକ୍ଷୀଗୋପାଳରେ ପହଞ୍ଚି ଶବଟି ତାଙ୍କ ବାପାଙ୍କର ବୋଲି ଚିହ୍ନଟ କରିଥିଲେ । ସାକ୍ଷୀଗୋପାଳ ରେଳୱ ପୋଲିସ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଶବ ଜବତ କରି ଖୋର୍ଦ୍ଧା ରେଳୱ ଥାନା କେସନଂ ୬/୨୦୨୧ରେ ଏକ ଅପମୃତ୍ୟୁ କେସରୁଜ କରି ଶବ ବ୍ୟବଛେଦ କରିବା ପାଇଁ ପୁରୀ ପଠାଇଥିଲେ । ଶବ ବ୍ୟବଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୩/୨୦୨୧--୫,୩୦

Blog Archive

Popular Posts