Breaking News

କାଞ୍ଚନ ଜୁଏଲର ମାଲିକ ଦୋକାନ ଖୋଲିବା ସମୟରେ ତାଙ୍କ ବ୍ଯାଗ ଲୁଟ


-ଜୁନାଗଡ଼ ----କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସହର ରୁ କଲମପୁର ଗୋଳେଇ ଛକ ନିକଟରେ ଥିବା କାଞ୍ଚନ ଜୁଏଲରୁ ଦିନ ଦିପହରେ ଡକାୟତ ମାନଙ୍କ ଦ୍ୱାରା ଲୁଟ ହୋଇଥିବା ଜଣାପଡିଛି । ଆଜି ସକାଳେ କାଞ୍ଚନ ଜୁଏଲର ମାଲିକ ରଞ୍ଜନ କୁମାର ସାହୁ ଦୋକାନ ର ତାଲା ଖୋଲୁ ଥିବା ବେଳେ ଘରୁ ନେଇ ଆସିଥିବା ସୁନା ଓ ରୁପା ବ୍ୟାଗ କୁ ତଳେ ରଖି ତାଲା ଖୋଲିବା ସମୟରେ ତଳେ ରଖାଯାଇ ଥିବା ସୁନା ବ୍ୟାଗ ଧରି ଫେରାର ମାରିଥିଲେ ଲୁଟେରା । ଦୁଇ ଜଣ ଲୋକ ହେଲମେଟ ପିନ୍ଧି ମୁହଁରେ ମାସ୍କ ଲଗାଇ ପୂର୍ଵ ରୁ କରିଥିବା ଯୋଜନା ମୁତାବକ ଛପି ରହିଥିଲେ । ମୌକା ମିଳିବା ପରେ ସୁନା ଓ ରୁପା ବ୍ୟାଗ ଧରି ଚମ୍ପଟ ମାରିଥିଲେ ଲୁଟେରା । ଜଣେ ବ୍ୟାଗ ନେଇକି ପଳାଉଥିବା ବେଳେ ଅନ୍ୟ ଜଣେ କଳାରଙ୍ଗର ପଲସର ଧରି ଅପେକ୍ଷା କରିଥିଲା । ଲୁଟେରା ମାନେ ଲୁଟ ପରେ ଫେରାର ହୋଇ ଯାଉଥିବା ଦୋକାନ ରେ ଲାଗିଥିବା ସିସି ଟିଭି ରେ କଏଦ ହୋଇଛି । ଲୁଟ ହୋଇ ଥିବା ସୁନା ଓ ରୂପାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି । ଏ ସମ୍ପର୍କ ରେ ସୁନା ଦୋକାନ ମାଲିକ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ! ଜୁନାଗଡ଼ ପୋଲିସ ଅଭିଯୋଗ କୁ ନେଇ ଘଟଣାର ତଦନ୍ତ ଚଳାଇଛି ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ,୧୦/୩/୨୦୨୧

Blog Archive

Popular Posts