>>
  • ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଦ୍ଵାରା ରଥଯାତ୍ରାରେ ସେବା ଅନୁଷ୍ଠିତ
  • >>
  • ଜଟଣୀ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ
  • >>
  • ଶ୍ରୀ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
  • >>
  • କଣାସରେ ଝାଡାବାନ୍ତି ବ୍ୟାପିଲା : ଦୂଷିତ ଜଳପାନ ମୁଖ୍ୟ କାରଣ
  • >>
  • ପ୍ରଧାନ ଶିକ୍ଷକ ହରେକୃଷ୍ଣ ପାତ୍ର ଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଓଡିଶୀ ଓ ଗୁରୁ ବନ୍ଦନା
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ
  • >>
  • ବାପାଙ୍କର ୭୫ ତମ ଜନ୍ମଦିନ ଧୁମଧାମରେ ପାଳିଲେ ପରିବାରର ସଦସ୍ୟମାନେ
  • >>
  • ହେରା ପଞ୍ଚମୀରେ ମା ଲକ୍ଷ୍ମୀ ରାଗରେ ରଥ ଭାଙ୍ଗିଲେ
  • >>
  • ଦୀର୍ଘ ୨୫ ବର୍ଷ ପରେ ତିନି ରଥରେ ମାଉସୀ ମା ଘରକୁ ଯାତ୍ରା କଲେ ଚତୁର୍ଦ୍ଧା ମୂର୍ତ୍ତି
  • >>
  • ଅନ୍ତର୍ଜାତୀୟ ମାଦକ ସେବନ ଓ ଅବୈଧ ମାଦକ ବ୍ୟବସାୟ ବିରୋଧୀ ଦିବସରେ ୱାଦାର ଯୁଦ୍ଧଂ ଦେହୀ ଡାକରା
  • >>
  • ଜଟଣୀ ଗଣେଶ ମହୋତ୍ସବ ପାଇଁ ଭୂମି ପୂଜନ ଅନୁଷ୍ଠିତ
  • >>
  • ଅବ୍ୟବସ୍ଥା ଘେରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
  • >>
  • ଦୀର୍ଘ ୨୫ ବର୍ଷ ପରେ ତିନି ରଥରେ ମାଉସୀ ଘରକୁ ଯାତ୍ରା କଲେ ଚତୁର୍ଦ୍ଧା ମୂର୍ତ୍ତି
  • >>
  • ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ପୂଣ୍ୟତିଥି ଅବସରରେ କର୍ମଭୂମିରେ ତିଳତର୍ପଣ
  • >>
  • ରୋଟାରୀ କ୍ଳବ ଭଞ୍ଜନଗରର ପ୍ରତିଷ୍ଠା ଦିବସ ପାଳିତ
  • ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ୪ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛନ୍ନ


     ଡେଲାଙ୍ଗ -----ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ବଡ ଶ୍ର୍‌ତୁ ହେଉଛି ଲୁଣା ନଦୀ । ଦୟାରେ ବନ୍ୟା ଜଳ ପ୍ରବେଶ କରିଲେ ଲୁଣା ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇଥାଏ । ଲୁଣା ନଦୀରେ ଗୋଟିଏ ପାଶ୍ୱର୍ ବନ୍ଦ ବାଡ ନଥିବାରୁ ଲୁଣା ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ମାତ୍ରେ ନଦୀ ପାଖରେ ଥିବା ଗହିର, ନାଳ, ଯୋର ଓ ବିଭିନ୍ନ ପୋଲିଆ ଦେଇ ବନ୍ୟା ଜଳ ପ୍ରବାହିତ ହୋଇଥାଏ ।  ମୁନିନ୍ଦା ଗ୍ରାମ ପଞ୍ଚାୟତରେ ଲୁଣାର ବନ୍ୟା ଜଳ ସବୁଠାରୁ ଅଧିକ ଦିନ ରହିଥାଏ । ଯାହା ଫଳରେକି ଗ୍ରାମ ରାସ୍ତା ଘାଟ ନଷ୍ଟ ହେବା ସହ ଖରିଫ ଧାନ ଚାଷ ନଷ୍ଟ ହୋଇଥାଏ ।  ଶଙ୍ଖପାଟ, ଡାକପଡା, ବେଲପଡା, ମୁନିନ୍ଦା ଗ୍ରାମ ଗୁଡିକ ଏବେ ଲୁଣା ନଦୀର ବନ୍ୟା ଜଳରେ ବାହ୍ୟ ଜଗତରୁ ବିଚ୍ଛିନ ୍ନହୋଇଯାଇଛି । ଅନ୍ୟ ପକ୍ଷେ ସେବତିପୁର, ବରକେରା, ମୋହନପୁର, ଚାନ୍ଦଳ, ଅଳଉତା, ସାନ ମୁନିନ୍ଦାର ଆଦି ଗହିରର ଧାନ ବିଲ ଗୁଡିକ ପାଣିରେ ବୁଡି ଯାଇଛି । ଲୁଣା ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ପରେ ମୁନିନ୍ଦା ପଞ୍ଚାୟତବିଶେଷ କ୍ଷତି ହୋଇଥାଏ । ଦୟା ନଦୀରେ ବନ୍ୟାଜ ଜଳ ନ କମିଲେ ଲୁଣାରୁ ପାଣି ସେହିପରି ରହିବ ।  ଏ ସମ୍ପର୍କରେ ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପରିଡା କହନ୍ତି ଆମର ଦୁଖଃ ହେଉଛି ଲୁଣା । ପ୍ରତିବର୍ଷ ନଦୀରେ ବନ୍ୟା ଜଳ ଆସିବା ଦ୍ୱାରା ଚାଷୀ ମାନେ ବହୁତ କ୍ଷତିରେ ପଡୁଛନ୍ତି । ଏବେ ଶହ ଶହ ଏକର ଧାନ ଜମିରେ ବନ୍ୟା ପାଣି ଲହଡି ଭାଙ୍ଗୁଛି । ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦ୍ର ପ୍ରଧାନ ବିଭିନ୍ନ ଗ୍ରାମ ବୁଲିକି ପରିସ୍ଥିତି ଅନୁଧ୍ୟାନ କରି ଯାଇଛନ୍ତି । ରାସ୍ତା ଉପରୁ ପାଣି କମିଲେ ରାଜ୍ୟ ସରକାର ଘୋଷଣା କରିଥିବା  ରିଲିଫ ସାମଗ୍ରୀ ତୁରନ୍ତ ବଣ୍ଟନ କରାଯିବ ବୋଲି ଶ୍ରୀ ପରିଡା କହିଛନ୍ତି ।

     ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

    Blog Archive

    Popular Posts