Breaking News

ଆମ୍ବୁଲାନ୍ସ ଡ୍ରାଇଭର୍ ଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଚାଲିଗଲା ତିନି ନିରୀହ ଜୀବନ


ଯାଜପୁର ----ଆମ୍ବୁଲାନ୍ସ ଡ୍ରାଇଭର୍ ଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଚାଲିଗଲା ତିନି ନିରୀହ ଜୀବନ । ସୂଚନା ଥାଉକି ଷୋହଳ ନମ୍ବର ଜାତୀୟ ରାଜପଥ ନେଉଳପୁର୍ ନିକଟରେ ଘଟିଛି ଏହି ଦୁର୍ଘଟଣା । ଆଜି ଅପରାହ୍ନରେ ରୋଗୀ ନଥିବା ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା ମୋଟର ସାଇକେଲକୁ । ଉକ୍ତ ବାଇକ୍ ରେ ଜଣେ ମହିଳା ସମେତ ଏକ ଶିଶୁ କନ୍ୟା ଥିବା ଜଣାପଡ଼ିଛି । ମୃତକମାନେ ହେଲେ କଟକ ସହରର ବିଡ଼ାନାସୀର ଗୋପାଳ ସାହିର ଶଙ୍କର ସାହୁ (୫୦),ସ୍ତ୍ରୀ ମାମିନା ସାହୁ (୪୨) ଓ ଝିଅ ସଂପୂର୍ଣ୍ଣା ସାହୁ (୫) ବୋଲି ଜଣାପଡିଛି ।  ଶଙ୍କର ସାହୁ ନିଜର ସ୍ତ୍ରୀ ଓ ଝିଅକୁ ନେଇ କଟକରୁ ପାଣିକୋଇଲି ଆଡ଼କୁ ଯାଉଥିଲେ । ବିପରୀତ ଦିଗରୁ  ଆମ୍ବୁଲାନ୍ସ ଆସି ନେଉଳପୁର ଛକ ଉପରେ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଆମ୍ବୁଲାନ୍ସର ଡ୍ରାଇଭର ସେଠାରୁ ଖସି ପଳାଇ ଯାଇଥିଲେ । ଖବର ପାଇ ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଂଚି ୩ ମୃତଦେହ ଜବତ କରିଛି । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଘଟଣାର ତଦନ୍ତ କରୁଛି ।ଗତ କିଛିଦିନ ହେବ ଚଣ୍ଡିଖୋଲ ଠାରୁ ପାଣିକୋଇଲି ପର୍ଯ୍ୟନ୍ତ ଜାତୀୟ ରାଜପଥ ସାଜିଛି ମରଣଯନ୍ତା। ବଡ ବଡ ଗାଡି ଡ୍ରାଇଭର୍ ମାନଙ୍କ ବେପରୁଆ ମନୋଭାବ ଯୋଗୁ ବଳି ପଡୁଛି ସହ ସହ ନିରୀହ ଜୀବନ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି ।

Blog Archive

Popular Posts