Breaking News

ଭତ୍ତା ପାଇଁ ବାରମ୍ବାର ଅଭିଯୋଗ କରି ନିରାଶ ହେଲେ ବୃଦ୍ଧ ବୃଦ୍ଧା ଓ ବିଧବା ମହିଳା


କଳାହାଣ୍ଡି - ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ଏହା କେଉଁଠାରେ କିପରି ଚାଲିଛି ତାହା ଦେଖିବା ପାଇଁ ସତେ ଯେପରି କେହି ନାହାନ୍ତି । ସରକାର ଅନେକ କାମରେ ଗ୍ରାମ ପଞ୍ଚାୟତ କୁ ସାମିଲ କରିଛନ୍ତି। ତାହା ଗ୍ରାମ ପଞ୍ଚାୟତ ଭୂମିକା ଓ ସ୍ୱଛତା ଉପରେ ସବୁ କାର୍ଯ୍ୟ ନିର୍ଭର କରେ। କେତେକ ସ୍ଥାନରେ ବେଆଇନ୍ ରେ ଦୁର୍ନୀତି ହୋଇଛି ତ କେତେକ ସ୍ଥାନରେ ଆଇନ୍ ବିରୁଦ୍ଧରେ କାମ ହେଉଛି। ଏହିଭଳି କାର୍ଯ୍ୟ ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କାଉଡୋଲା ଗ୍ରାମପଞ୍ଚାୟତ ଠାରେ । ସରକାର ଅନେକ ଯୋଜନା କରିଛନ୍ତି ତାହା ପଞ୍ଚାୟତ ମାଧ୍ୟମରେ ଜନସାଧାରଣଙ୍କୁ ଯୋଗାଇ ଦେବା ପାଇଁ କ୍ଷମତା ଓ ଦାୟିତ୍ୱ ଗ୍ରାମ ପଞ୍ଚାୟତ କୁ ଦେଇଛନ୍ତି। କିନ୍ତୁ ଏହି ସବୁ କ୍ଷମତା ଥାଇ ମଧ୍ୟ ଦୂରୁପଯୋଗ ଓ ଦୁର୍ନୀତି କରୁଛନ୍ତି ସ୍ଥାନୀୟ ସରପଞ୍ଚ  ଯମ୍ବୁବତି  ସାହୁ ବୋଲି ଲୋକମାନେ ଅଭିଯୋଗ ଆଣିଛନ୍ତି । ସୂଚନା କି କାଉଡୋଲା ଗ୍ରାମର ତିନି ନମ୍ବର ୱାର୍ଡ଼ ବାସିନ୍ଦାଙ୍କୁ ସରପଞ୍ଚ ସମ୍ପୁର୍ଣ୍ଣ ଭାବେ ପକ୍ଷପାତ ବିଚାର କରି ପାତର ଅନ୍ତର କରିଥିବା ସେମାନେ ଅଭିଯୋଗ ଆଣିଛନ୍ତି । ଏପରିକି ୱାର୍ଡ ରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରୁନାହାନ୍ତି । ଏହି ତିନି ନମ୍ବର ୱାର୍ଡ଼ ବାସିନ୍ଦାଙ୍କୁ ଘର ଯୋଗାଇବା, ରାସ୍ତାଘାଟ ମରାମତି ବା ନିର୍ମାଣ କରିବା,ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ ,ଓ ବିଭିନ୍ନ ଭତ୍ତା ଯୋଗାଇ ଦେବାରେ ଅବହେଳା କରୁଛନ୍ତି ସରପଞ୍ଚ ବୋଲି ଅଭିଯୋଗ କରିଛନ୍ତି ଏହି ତିନି ନମ୍ବର ୱାର୍ଡ଼ ବାସିନ୍ଦା ।  ଭତ୍ତା ପାଇଁ ବୃଦ୍ଧ, ବୃଦ୍ଧା ଓ ବିଧବା ମହିଳା ମାନେ ବାରମ୍ଵାର ଅଭିଯୋଗ କରିଛନ୍ତି ହେଲେ ଅଣଦେଖା କରି ନିରବ ରହୁଛନ୍ତି ସରପଞ୍ଚ। ଏଣୁ ଆମ  ମାଧ୍ୟମରେ ପ୍ରସାଶନକୁ ଜଣାଇବା ପାଇଁ ଆମ ପ୍ରତିନିଧି ଙ୍କୁ ଯୋଗାଯୋଗ କରିଥିଲେ ଉକ୍ତ ଗ୍ରାମବାସୀ। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଆଶୁ ପଦକ୍ଷେପ ଗ୍ରହଣ କରିବା ସହ ଉକ୍ତ ବୃଦ୍ଧ, ବୃଦ୍ଧା ଓ ବିଧବା ମହିଳା ମାନଙ୍କୁ ଭତ୍ତା ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି  । 

କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

Blog Archive

Popular Posts