Breaking News

ଜଳ ଯୋଗାଣ ନିମନ୍ତେ ଦାଵି କଲେ ଲୋଚାପଡା ଗ୍ରାମବାସୀ


 ଧରାକୋଟ---- କୁକଡାଖଣ୍ଡି ଵ୍ଳକ ଅନ୍ତର୍ଗତ ଲୋଚାପଡା ରେ ପାନୀୟ ଜଳ ସଂକଟ କୁ ନେଇ ଗ୍ରାମଵାସୀ ଦାଵି ପତ୍ର ଦେଲେ  କୁକଡାଖଣ୍ଡି ବିଡ଼ିଓଙ୍କୁ । ଲୋଚାପଡା ପ୍ରାୟ ୧  ହଜାରରୁ ଉର୍ଦ୍ଧ୍ବ ଲୋକେ ବସଵାସ କରୁଥିବା ବେଳେ ପାନୀୟ ଜଳ  ମିଳୁ ନଥିବା ଯୋଗୁଁ ଲୋକେ ହନ୍ତସନ୍ତ  ହେଉଛନ୍ତି । ଲୋଚାପଡା ଦେଇ ଜାନଵିଲି ପ୍ରକଳ୍ପ ଯାଇଥିଲେ ହେଁ  ପାନୀୟ ଜଳର ଅଭାବ ରହିଛି। ଏଣୁ ଜାନଵିଲି ପାନୀୟ ଜଳପ୍ରଦାନ  କରିବା ନେଇ   ରଵିନ୍ଦ୍ର କୁମାର ସାହୁ, ପଦ୍ମ ଚରଣ ସାହୁ , ଟୁକୁନା ସାହୁ , ପିଣ୍ଟୁ ଵେହେରା ସମେତ ଵହୁ ଗ୍ରାମବାସୀ ଉପସ୍ଥିତ ହୋଇ ବିଡ଼ିଓଙ୍କୁ ଦାଵିପତ୍ର ଦେଇଥିଲେ । 
ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ 

Blog Archive

Popular Posts