Breaking News

ଅଙ୍ଗନବାଡି କେନ୍ଦ୍ରରେ ଡ୍ରେସ ବଣ୍ଟନ


  ପିପିଲି---- ସହର ଠାରୁ ଗ୍ରାମ ରେ ଥିବା  ଛୋଟ ଛୋଟ ପିଲା ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଅଙ୍ଗନବାଡି କେନ୍ଦ୍ର ଖୋଲିଛନ୍ତି । ସେମାନଙ୍କ ପାଇଁ ଘର ମଧ୍ୟ ଯୋଗାଇ ଦିଆଯାଉଛି । ପିଲା ମାନଙ୍କୁ ସକାଳ ଜଳଖିଆ ସହିତ ମଧ୍ୟାହ୍ନ ଭୋଜନ ଓ ମା ମାନଙ୍କୁ  ଛତୁଆ, ସୁଜି, ବାଦାମଲଢ଼ୁ ଓ ଅଣ୍ଡା ମଧ୍ୟ ଯୋଗାଇ ଦିଆଯାଇଛି । ଏବେ  ଦୁଇ ହଳ କରି ନୂତନ ଡ୍ରେସ ବଣ୍ଟନ କରାଯାଇଛି । ଯାହାକି ପିଲା ମାନେ ବେସରକାରୀ ବିଦ୍ୟାଳୟକୁ ନ ଯାଇ ରାଜ୍ୟ ସରକାର ଖୋଳିଥିବା ଅଙ୍ଗନବାଡି କେନ୍ଦ୍ରକୁ ଆସିବେ । ଏହି ଅବସରରେ ପିପିଲି ବ୍ଳକର ତେଇସିପୁର ଗ୍ରାମ ପଞ୍ଚାୟତର ପୋଡଙ୍ଗ ଗ୍ରାମରେଥିବା ପୋଡଙ୍ଗ-୧  ଓ ପୋଡଙ୍ଗ- ୨ ଅଙ୍ଗନୱାଡି କେନ୍ଦ୍ରରେ ଥିବା ୬୧ଜଣ ପିଲାଙ୍କୁ  ଡ୍ରେସ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପିପିଲି ସିଡିପିଓ ଶୁଭଲକ୍ଷ୍ମୀ ପଟ୍ଟନାୟକ, ପିପିଲି ବ୍ଳକ ଆତ୍ମାର ସଭାପତି ଧରଣୀଧର ସାହୁ, ମହିଳା ନେତ୍ରୀ ଉମାମଣି ରଥ, ୱାର୍ଡ ସଭ୍ୟ ମିରି ଆଜାଦଙ୍କ ସହିତ ଅଙ୍ଗନବାଡି କର୍ମୀ ସାଗରିକା ସାହୁ ଓ ଟୁନାମଣି ପଣ୍ଡାଙ୍କ ସହିତ ସହାୟିକା ଓ ପିଲାଙ୍କ ଅଭିଭାବକମାନେ ଉପସ୍ଥିତ ରହିଥିଲେ । 

ପିପିଲିରୁ ବିଜୟ କୁମାର ମହାପାତ୍ର 

Blog Archive

Popular Posts