Breaking News

ଗାଁ ଗାଁ ବୁଲି କରୋନା ସଚେତନତା କଲେ ଗାଁ କଲ୍ୟାଣ ସମିତିର ସଦସ୍ୟା ଓ ମହିଳାଗୋଷ୍ଠୀ


 ସାକ୍ଷୀଗୋପାଳ  -----ରାଜ୍ୟରେ ମହାମାରୀ କରୋନା କମିବାର ନାଁ ଧରୁନି । ଘରେ ଘରେ କରୋନା ଆକ୍ରାନ୍ତ କରିବା ଆରମ୍ଭ କରିଛି । ଏବେ ମର୍ତ୍ତମାନ ଜ୍ୱର ଥଣ୍ଡା, କାସ, ଗୋଡହାତ ବିନ୍ଦା ଲାଗି ରହିଛି । ଲୋକମାନେ ଭୟରେ ମେଡିକାଲ ଯାଉନାହାନ୍ତି । କରୋନା ଭୟରେ ଔଷଧ କିଣିକି ଖାଉଥିବା ଜଣାପଡିଛି । ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ଗୋପାଳପୁର ପାଟଣା ଗାଁ କଲ୍ୟାଣ ସମିତି ପକ୍ଷରୁ ମହାମାରୀ କରୋନା ଠାରୁ ଲୋକମାନଙ୍କୁ କିପରି ରକ୍ଷା କରାଯିବ ସେ ନେଇ ତତ୍ପରତା ପ୍ରକାଶ ପାଇଛି । ବୁଧବାର ଅପରାହ୍ନରେ ଗୋପାଳପୁର ପାଟଣା ଅଙ୍ଗନୱାଡି-୧ରେ ସନ୍ଧ୍ୟାରାଣି ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବା ସହ ସଚେତନତା ର‌୍ୟାଲି କରାଯାଇଥିଲା । ଏହି ର‌୍ୟାଲିରେ ଅଙ୍ଗନୱାଡି କର୍ମୀ ସନ୍ଧ୍ୟରାଣି ସାହୁ, ଲକ୍ଷ୍ମୀମଣି ବେହେରା, ବିଶ୍ୱଜିତା ଦେବୀ ସଚେତନାତା ର‌୍ୟାଲିକୁ ପରିଚାଳନା କରିଥିବା ବେଳେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ପ୍ରଦୀପ୍ତ ଚମ୍ପତି , ଆଶା ଦିଦି କୃଷ୍ଣପିୟା ସାହୁ, ସୁଚତା ହୋତା ,  ୱାର୍ଡ ସଭ୍ୟା ମିନା ସାହୁ, ୱାର୍ଡ ସଭ୍ୟ ବାସୁଦେବ ସାହୁ ଙ୍କ ସହିତ ଅଙ୍ଗନୱାର୍ଡି ସହାୟିକା ପ୍ରଭାତି ସାହୁ, ସୁମିତ୍ର ରାଓଙ୍କ ସହିତ ମହିଳା ଗୋଷ୍ଠୀର ମା ମିନା ମହାପାତ୍ର,ଟୁନି ସାହୁ, ବିଣାପାଣି ହୋତା, ସୁକାନ୍ତ ମହାପାତ୍ର, ଯଶୋଦା ଦୋରା, ନେତ୍ରମଣି ସାହୁ , ବନିତା ଜେନା,  ମିତା ପଣ୍ଡା ପ୍ରମୁଖ ମା ମାନେ ହାତରେ ବିଭିନ୍ନ ଲେଖା ଥିବା ବ୍ୟାନର ଧରି ଗୋପାଳପୁର ପାଟଣା ଓ ରଙ୍ଗଣି ସାହି ପରିକ୍ରମା କରିବା ସହ ମହିଳା ମାନଙ୍କୁ ସଚେତନତା କରାଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts