ଭାଉଜକୁ ମାଡ ମାରି ଦିଅର ଗିରଫ
ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ପୋଡଙ୍ଗସାହିର ଶଙ୍କୁନ୍ତଳା ପ୍ରଧାନ ଘରେ ଏକା ଥିବା ବେଳେ ତାଙ୍କ ଦିଅର ସୁରେଶ ପ୍ରଧାନ ନିଶା ଅବସ୍ଥାରେ ମନ୍ଦ ଉଦ୍ଦ୍ୟେଶ ରଖି ତାଙ୍କୁ ଜୋର ଜବର ଦସ୍ତ ଧରିଥିଲେ । ଶଙ୍କୁନ୍ତଳା ବିରୋଧ କରିବାରୁ ଦିଅର ସୁରେଶ ମାଡ ମାରି ଆହତ କରିଥିବା ନେଇ ସତ୍ୟବାଦୀ ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ୩୨୬/୨୦ରେ ଏକ କେସରୁଜ କରି ଦିଅର ସୁରେଶ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି