ଲୁଗା ବେକରେ ଲଗାଇ ମହିଳାଙ୍କର ଆତ୍ମହତ୍ୟା
ସାକ୍ଷୀଗୋପାଳ ( ଅମୃତ ମିଡିଆ) ସତ୍ୟବାଦୀ ଥାନା ଅନ୍ତର୍ଗତ ପଣସପାଟଣା ଗ୍ରାମର ଜଣେ ମହିଳା ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ପଣସପାଟଣା ଗ୍ରାମର ବଦ୍ରିନାରାୟଣ ମହାରଣାଙ୍କ ସ୍ତ୍ରୀ ବିଷ୍ଣପିୟା ମହାରଣା (୩୩) ଆଜି କୌଣସି କାରଣକୁ ନେଇ ଘରେ କେହି ନଥିବାର ସୁଯୋଗ ନେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । କିଛି ସମୟ ପରେ ଘର ଲୋକମାନେ ଏହା ଦେଖି ତୁରନ୍ତ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ସହ ସତ୍ୟବାଦୀ ଥାନାକୁ ଜଣାଇଥିଲେ । ସତ୍ୟବାଦୀ ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତି । ଝିଅର ବାପା ଘରକୁ ଖବର ଦେଇଥିବା ଜଣାପଡିଛି । ଖବର ଲେଖା ହେଲା ବେଳକୁ ଥାନରେ ଅଭିଯୋଗ ହୋଇନଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି