Breaking News

ପୁରୀକୁ ଗଡିଲା ମୋ ବସ




 ପୁରୀ ------ ବିଶ୍ୱ ପର୍ଯ୍ୟଟନ ଦିବସରେ ରାଜ୍ୟ ସରକାରଙ୍କ ମୋ ବସ ପୁରୀକୁ ଗଡଇବା ଆରମ୍ଭ କରିଛି । ସୁଚନାଯୋଗ୍ୟ ଯେ ସାହିଭାଇ ଅନୁଷ୍ଠାନର ସଦସ୍ୟ ମାନେ ପୁରୀକୁ ମୋ ବସ ଚଳାଇବା ପାଇଁ ଟୁଇଟର ମାଧ୍ୟମରେ ରାଜ୍ୟ ସରକାର ଓ ପରିବହନ ବିଭାଗକୁ ନିବେଦନ କରିଥିଲେ । ସାହିଭାଇର ଟୁଇଟରକୁ ଗ୍ରହଣ କରି ରାଜ୍ୟ ସରକାର ବିଶ୍ୱ ପର୍ଯ୍ୟଟନ ଦିବସରେ ସାହିଭାଇ ସଦସ୍ୟ ମାନେ ଦେଖିôଥବା ସ୍ୱପ୍ନ ସାକାର କରିଛନ୍ତି । ଗତ ଦୁଇ ଦିନ ତଳେ ଟୁଇଟ ଯୋଗେ  ମୋ ବସ ଚାଲିବ ଓ ସମୟସୂଚିତ କରିଥିଲେ । ଏହା ଦ୍ୱରା ବହୁ ଜନସାଧାରଣ ଉପକୃତ ହୋଇପାରିବେ । ସାହିଭାଇର ସଦସ୍ୟ  ଦେବେନ୍ଦ୍ର ସୁବୁଦ୍ଧି, ନିହରିକା ତ୍ରିପାଠୀ, ଦେବରାଜ ଦାଶ, ସନ୍ଧୀପ ମହପାତ୍ର ପ୍ରମୁଖ ମାନେ ମୋ ବସର କର୍ମଚାରୀ ମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ସାହିଭାଇର ସମ୍ପାଦକ ଚନ୍ଦ୍ରଶେଖର ମିଶ୍ର ଟୁଇଟିରେ ସହଯୋଗ କରିଥିବା ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।  

ଧୀରେନ୍ଦ୍ର ସେନାପତି 

Blog Archive

Popular Posts