Breaking News

ତିର୍ତ୍ତୋଲ ଉପନିର୍ବାଚନ, ବିଜେପିର ପୂର୍ବତନ ବିଧାୟକ ପ୍ରାର୍ଥି ରମାକାନ୍ତ ଭୋଇଙ୍କୁ ଦଳିୟ ଟିକେଟ ନମିଳିଲେ କର୍ମୀଙ୍କ ଭୋଟ ବର୍ଜନ ଧମକ


 ଜଗତସିଂହପୁର-----    ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳିର ବିଧାୟକ ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ଏହି ଆସନର ବିଧାୟକ ପଦବୀ ଖାଲି ପଡିଛି। ଆସନ୍ତା ନଭେମ୍ବର ମାସ ୩୦ ତାରିଖ ପୂର୍ବରୁ ଏହି ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ନିର୍ବାଚନ ରଣାଙ୍ଗନରେ  ପ୍ରତିଦ୍ବନ୍ଦିତା କରିବା ନିମନ୍ତେ ତିନି ମୁଖ୍ୟ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଆଶାୟୀ ମାନେ ଟିକେଟ ଲବି ଆରମ୍ଭ କରିଦେଲେଣି। ନିକଟରେ କଂଗ୍ରେସ ନେତା ରାଜକିଶୋର ବେହେରା ବିଜେପିରେ ଯୋଗ ଦେବା ପରେ ଗତଥର ଦଳିୟ ପ୍ରାର୍ଥି ହୋଇଥିବା ରମାକାନ୍ତ ଭୋଇଙ୍କ ସମର୍ଥକ ମାନେ ବିଦ୍ରୋହ ଆରମ୍ଭ କରିଛନ୍ତି। ଆସନ୍ତା ଉପ ନିର୍ବାଚନରେ ରମାକାନ୍ତଙ୍କୁ ଟିକେଟ ନମିଳିଲେ ସେମାନେ ଭୋଟ ବର୍ଜନ କରିବେ ବୋଲି ଧମକ ଦେଉଛନ୍ତି। ଆଜି ଏପରି ଘଟଣା ତିର୍ତ୍ତୋଲ ବ୍ଲକର ଦାଇଁଲୋ ମଣ୍ଡଳରେ ଦେଖିବାକୁ ମିଳିଛି। ଏହି ମଣ୍ଡଳର ଗୋପାଳପୁର(ଶ) , ଦାଇଁଲୋ ପ୍ରଭୃତି ପଞ୍ଚାୟତରେ ବିଜେପି କର୍ମୀମାନେ ରମାକାନ୍ତଙ୍କ ସମର୍ଥନରେ ରାଲି ଓ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଦାଇଁଲୋ ସ୍ଥିତ ଦଳିୟ କାର୍ଯ୍ୟାଳୟରେ ଦଳିୟ କର୍ମୀମାନେ ଏକାଠି ହୋଇ ରମାକାନ୍ତଙ୍କ ସପକ୍ଷରେ ସ୍ଲୋଗାନ ଦେବା ସହ ସେମାନଙ୍କର ଦାବୀ ସମ୍ପର୍କରେ ଦଳିୟ ନେତା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଜିଲ୍ଲା ମହିଳା ମୋର୍ଚ୍ଚା ସଦସ୍ୟା ପ୍ରମୋଦିନୀ ସେଠୀ, ଯୁବ ସଙ୍ଗଠକ ସୁବାସ ପତି, ଦାଇଁଲୋ ପଞ୍ଚାୟତ ପ୍ରମୁଖ ସଞ୍ଜୟ କୁମାର ରାଉତ, ଯୁବ ନେତା ପ୍ରଭୂ ରଞ୍ଜନ ମହାପାତ୍ର, ଦାଇଁଲୋ ମଣ୍ଡଳ ପ୍ରତିନିଧି ଅକ୍ଷୟ କୁମାର ଦାସ, ରଞ୍ଜନ କୁମାର ଜେନା, ଟୁନି ସେଠୀ, ଅନ୍ନପୁଣ୍ଣା ସେଠୀ, ରୋଜାଲିନ ମଲ୍ଲିକ, ମଞ୍ଜୁଲତା ମଲ୍ଲିକ, ସଞ୍ଜୁ ମଲ୍ଲିକ, ବିକଳି ବାରିକ, ଶିବ ପ୍ରସାଦ ନାୟକ, ନୃସିଂହ ଦାସ, ଅଜୟ ବେହେରା, ନାରାୟଣ ବେହେରା, ସୁକଦେବ ବେହେରା, କପିଳ ଦାସ, ବାବାଜୀ ସେଠୀ, ଅରବିନ୍ଦ ଦାସ, ପ୍ରଶାନ୍ତ ମଲିକ, ପିଣ୍ଟୁ ରାଉତ, ସୁଶାନ୍ତ ରାଉତ, ମାନସ ବେହେରା, ସନ୍ତୋଷ ବେହେରା, ଗୋପିନାଥ ଦସ, ପ୍ରେମାନନ୍ଦ ସାହୁ, ମନୋଜ ବେହେରାଙ୍କ ସହିତ ବହୁ ଦଳିୟ କର୍ମୀ ସାମିଲ ହୋଇଥିଲେ। 
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts