ଆହତ ଷଣ୍ଢର ଚିକିତ୍ସା କରାଗଲା
ସାକ୍ଷୀଗୋପାଳ ---- ଏବେ ବି ବଞ୍ଚି ରହିଛି ମଣିଷ ପଣିଆ । ଏକ ଷଣ୍ଢ ଆହତ ହୋଇ ସାକ୍ଷୀଗୋପାଳ ମନ୍ଦିର ନିକଟରେ ବୁଲୁଥିଲା । ସ୍ଥାନୀୟ ସେବାୟତ ସଂଘର ଯୁବ ସେବାୟତ ମାନେ ଏହା ଦେଖି ତାର ଚିକିତ୍ସା କରିବା ପାଇଁ ପ୍ରୟାସ କରିଥିଲେ । ଏ ସମ୍ପର୍କରେ ପୁରୀ ସାହିଭାଇର ସଦସ୍ୟ ମାନଙ୍କ ସହିତ ଯୋଗାଯୋଗ କରିଥିଲେ । ସାହିଭାଇର ସଦସ୍ୟ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ପ୍ରାଣୀଚିକିତ୍ସା ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ରଙ୍କ ସହିତ ଯୋଗାଯୋଗ କରି ତାଙ୍କୁ ଘଟଣା ସ୍ଥଳକୁ ଆସିବା ପାଇଁ ନିବେଦନ କରିଥିଲେ । ଶ୍ରୀ ମିଶ୍ର ନିଜେ ଆସିବା ସହ ଆହତ ଷଣ୍ଢକୁ ଧରି ଖଣ୍ଡିଆ ହୋଇଥିବା ସ୍ଥାନକୁ ଚିକିତ୍ସା କରାଯାଇଛି । ଚିକିତ୍ସା ସମୟରେ ଲୋକମାନେ ପ୍ରାଣୀ ଚିକିତ୍ସାଙ୍କ କାର୍ଯ୍ୟକୁ ବେଶ ପ୍ରସଂଶା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି