ଆବାସ ଯୋଜନା ରୁ ୫ବର୍ଷ ହେବ ବାଦ ପଡିଛି ପୋଡ଼ାଗୁଡା ଗ୍ରାମ
କଳାହାଣ୍ଡି:- ସରକାରୀ କର୍ମଚାରୀ ଙ୍କ ଅବହେଲା କାରଣ ରୁ ହେଉ ଅବା ସରକାରଙ୍କ ଡାଟାବେଶ୍ ରେ ତୃଟି ଯୋଗୁଁ ହେଉ କିମ୍ବା ନେତା ମନ୍ତ୍ରୀଙ୍କ ଆନ୍ତରୀକତା ଅଭାବ ଯୋଗୁଁ ଦିର୍ଘ ୫ବର୍ଷ ହେବ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପୋଡାଗୁଡା ରାଜସ୍ୱ ଗ୍ରାମର ଲୋକଙ୍କୁ ଆବାସ ଯୋଜନା ରେ କାହାରି କୁ ଘର ଖଣ୍ଡେ ମିଲିନାହିଁ । ଫଳରେ ଅନେକ ପରିବାର ଝାଟି ମାଟି କୁଡିଆ ଘରେ ଦିନ କାଟୁଥିବାବେଳେ ବର୍ଷ ବର୍ଷ ଧରି ନେତା ଓ ପ୍ରଶାସନ କୁ ଜଣାଇ ଆସୁଥିଲେ ମଧ୍ୟ କେହି ନଜର ଦେଉ ନଥିବା ଅଭିଯୋଗ ହେଉଛି ।
କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ରୁ ୨୦୧୬ ରେ ପଞ୍ଚାୟତ ବିଭାଜନ ହୋଇଥିଲା । ନୂଆ ପଞ୍ଚାୟତ ରୁପେ ପୋଡ଼ାଗୁଡା ପଞ୍ଚାୟତ ଗଠନ ହେଲା । ହେଲେ ନୂତନ ପଞ୍ଚାୟତ ପରେ ପୋଡ଼ାଗୁଡା ପଞ୍ଚାୟତ ରେ ରହିଥିବା ୩ ରାଜସ୍ୱ ଗ୍ରାମ ନେଗିଗୁଡା, ମଙ୍ଗଳପୁର ଓ ପୋଡ଼ାଗୁଡା ମଧ୍ୟରୁ ପୋଡ଼ାଗୁଡା ରାଜସ୍ୱ ଗ୍ରାମ ର ନାମ ସରକାରୀ ଡାଟାବେସରେ ନାହିଁ । ଏଣୁ ୨୦୧୫/୧୬ରୁ ପୋଡ଼ାଗୁଡା ରାଜସ୍ୱ ଗ୍ରାମ ଅଧିନରେ ଥିବା କୁଳେରଗୁଡା, କଲୋନୀପଡା, ଆମଗୁଡା, ସିନାପଡା, ସୌରୀପଡା ହେମଲେଟ ଗାଁ ରେ ରହୁଥିବା ବିପିଏଲ, ଗରିବ ଶ୍ରେଣୀର ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳି ପାରୁନାହିଁ ବୋଲି ଅଭିଯୋଗ ହୋଇଛି । ପୋଡ଼ାଗୁଡା ଗ୍ରାମରେ ପ୍ରାୟ ୯ ଶହ ରୁ ଉର୍ଦ୍ଧ ଭୋଟର ରହିଥିବାବେଳେ ଜନସଂଖ୍ୟା ପ୍ରାୟ ୨୫ ଶହ ପାଖାପାଖି । ଆବାସ ଯୋଜନାରେ ସାମିଲ ହେବା ପାଇଁ ପୋଡ଼ାଗୁଡା ଗ୍ରାମବାସୀ ଅନେକ ସମୟରେ ଜିଲ୍ଲା ପ୍ରଶାସନ ଙ୍କ ଠାରୁ ମନ୍ତ୍ରୀ ବିଧାୟକ ଙ୍କୁ ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ ଏଯାବତ କୌଣସି ସମାଧାନ ର ବାଟ ବାହାରି ପାରିନାହିଁ ନାହିଁ । କେବଳ ମିଛ ପ୍ରତିଶ୍ରୁତି ହିଁ ମିଳୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଆବାସ ଯୋଜନାରେ ଘର ନ ମିଳିବା କାରଣରୁ ଗାଁ ରେ ଅନେକ ଗରିବ ପରିବାର ଝାଟିମାଟି, ନଡ଼ା ପାଳ ଦେଇ ଅତି କଷ୍ଟ ରେ ରହିଛନ୍ତି । ଏମିତି ବି ଦେଖିବାକୁ ମିଳିଛି ଯେ ଗୋଟେ କୋଠରୀ ରେ ଗୃହ ପାଳିତ ପଶୁ ସହ ମଣିଷ ମଧ୍ୟ ରହୁଛନ୍ତି । ଏହା ଠୁ ଆଉ କଣ ବିଡମ୍ବନା ଦେଖିବାକୁ ମିଳିପାରେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ କହନ୍ତି । କର୍ମଚାରୀ ଙ୍କ ଅବହେଲା କାରଣ ରୁ ହେଉ ଅବା ସରକାରଙ୍କ ଡାଟାବେଶ୍ ରେ ତୃଟି ଯୋଗୁଁ ହେଉ ଦିର୍ଘ ୫ ବର୍ଷ ରୁ ଉର୍ଦ୍ଧ ହେବ ପୋଡାଗୁଡା ଗ୍ରାମବାସୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇନପାରି ନଥିବା ପ୍ରକାଶ କରିଛନ୍ତି । ଏ ନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସ ଙ୍କୁ ପଚାରିବାରୁ ମୁଁ ଏହି ବିଷୟ ରେ ଜାଣିନାହିଁ, ତଦନ୍ତ କରିବା ପରେ ଯଦି କିଛି ଟେକ୍ନିକାଲ ଅସୁବିଧା ରହିଛି ତାକୁ ନେଇ ଜିଲ୍ଲା ପ୍ରଶାସନ କୁ ଜଣାଇବି ଓ ଆଗାମୀ ଦିନରେ କେମିତି ପୋଡ଼ାଗୁଡା ରାଜସ୍ୱ ଗ୍ରାମ ର ହିତାଧିକାରୀ ମାନେ ଆବାସ ଯୋଜନାରେ ରେ ଘର ପାଇବେ ସେଥିପାଇଁ ଚେଷ୍ଟା କରାଯିବ ବୋଳି କହିଛନ୍ତି ।
ଦେଖିବାକୁ ବାକି ରହିଲା ବିଡିଓ ଦେଇଥିବା ପ୍ରତିଶୃତି କେବେ କାର୍ଯକାରୀ ହେଉଛି ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ