Breaking News

ପିପିଲି ପୋଲିସ ଦୁଇ ଜଣ ରାଜପଥ ଲୁଟେରାଙ୍କୁ ଧରିଲା


 ପିପିଲି ---- ୩୧୬ନଂ ଜାତୀୟ  ରାଜପଥର ଉତ୍ତରା ଛକ ଠାରୁ  ସାତଶଙ୍ଖ ପର୍ଯ୍ୟନ୍ତ ଲୁଟେରା ମାନେ ଲୁଟ କରିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ମହାମାରୀ କରୋନାରେ ପିପିଲି ଥାନା ଅଧିକାରୀ ଆକ୍ରନ୍ତ ହୋଇପଡିଲେ । ଏହାର ସୁଯୋଗ ନେଇ ଲୁଟେରା ମାନେ ସକ୍ରିୟ ହୋଇ ଉଠିଛନ୍ତି । ପିପିଲି ଥାନା ଅନ୍ତର୍ଗତ ପିପିଲି ଶାସନ ଗ୍ରାମର ପ୍ରମୋଦ ସାହୁ ୧୩/୮େ/୨୦ରେ ଘରକୁ ଫେରୁଥିବା ସମୟରେ ଟୋଲ ପ୍ଳାଜା ନିକଟ ଥଣ୍ଡା ଓ ଚା ଦେକାନ ପାଖରେ  ଦୁଇଜଣ ଯୁବକ ମଟର ସାଇକେଲରେ ଆସି ଖଣ୍ଡା, ଦେଖାଇ ପ୍ରମୋଦଙ୍କ ଠାରୁ ମୋବାଇଲି ଓ ୫ ହଜାର ଟଙ୍କା ଲୁଟି ନେଇଥିଲେ । ପିପିଲି ଥାନାରେ ସେ ଲିଖିତ ଅଭିଯୋଗ କରିବା ପରେ ପିପିଲି ଥାନା ୨୩୨/୨୦ରେ ଏକ କେସରୁଜ କରି ଥାନା ଅଧିକାରୀ ତଦନ୍ତ ଜାରି ରଖିଥଲେ । ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ମଳିପଡା ଗ୍ରାମର ନିମାଇ  ବଳିୟାରସିଂଙ୍କ ପୁତ୍ର ସୁନିଲ ବଳିୟାରସିଂ (୩୩) ଓ ଖୋର୍ଦ୍ଧା ଜିଲ୍‌ଲାର ବେଗୁନିଆର ଗଡଲୋକନାଥ ଗ୍ରାମର ନିର୍ମଳ ପାଟଶାଣୀଙ୍କ ପୁତ୍ର ରାଜନ ପାଟଶାଶୀ (୩୨)ଙ୍କୁ ପିପଲି ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ମୋବାଇଲି ଓ ନମ୍ବର ବିହୀନ ଏକ ଅପାଚି ମଟର ସାଇକେଲ ପୋଲିସ ଜବତ କରିଛି । ଅଭିଯୁକ୍ତ ସୁନିଲ ଓ ରାଜନଙ୍କୁ ଗିରଫ କରି ଆଜି କୋର୍ଟକୁ ଚାଲାଣ କରିଥିବା ଜଣାପଡିଛି ।  

ବିଜୟ କୁମାର ମହାପାତ୍ର 

Blog Archive

Popular Posts