ନର୍ଲା ଅଗ୍ନିଶମ ସେବା ବିଭାଗ ଅଧିକାରୀ ଙ୍କୁ ଭିଜିଲାନ୍ସ ଚଡ଼ାଉ
କଳାହାଣ୍ଡି- କଳାହାଣ୍ଡି ଜିଲ୍ଲା ନର୍ଲା ଅଗ୍ନିଶମ ବିଭାଗ ର ଷ୍ଟେସନ ଅଧିକାରୀ ଅନୁପମ ବାଗ ଭିଜିଲାନ୍ସ ହାତରେ ଧରିପଡ଼ିଲେ । ଖବର ମୁତାବକ ଛତିକୁଡ଼ା ଗ୍ରାମର ବରୁଣ ସାହୁ ନାମକ ବ୍ୟକ୍ତିଙ୍କର ଏକ କାର ୧୭/୦୯/୨୦୨୦ ତାରିଖ ରେ ରାତ୍ର ସମୟ ରେ ପୋଡିଯାଇଥିଲା । ନର୍ଲା ଅଗ୍ନିସମ ବିଭାଗ ଆସି ନିଆଁ କୁ ଲିଭାଇ ଥିଲା । କାର ଇନ୍ସୁରାନ୍ସ ସାର୍ଟିଫିକେଟ କରାଇବା ପାଇଁ ବରୁଣ ସାହୁ ନର୍ଲା ଅଗ୍ନିସମ ବିଭାଗ ଅଧିକାରୀ ଅନୁପମ ବାଗ ଙ୍କ ଦ୍ଵାରାସ୍ତ ହୋଇଥିଲେ । ସାର୍ଟିଫିକେଟ ଦେବା ନା ରେ ୪୦୦୦ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ଭିଜିଲାନ୍ସ ର ସହାୟତା ନେଇଥିଲେ ବରୁଣ ସାହୁ । ବୁଧବାର ଦିନ ଭବାନୀପାଟଣା ଭିଜିଲାନ୍ସ DSP ସତ୍ୟବାନ ମହାନନ୍ଦ ଙ୍କ ନେତୃତ୍ୱରେ ଏକ ଟିମ ପୂର୍ବ ଯୋଜନା ମୁତାବିକ ବରୁଣ ସାହୁ ଅଗ୍ନି ସେବା ଅଧିକାରୀଙ୍କୁ ୪ ହଜାର ଟଙ୍କା ଦେବା ସମୟରେ ସେଠାରେ ଲୁଚିକରି ରହିଥିବା ଭିଜିଲାନ୍ସ ଟିମ ଚଡ଼ାଉ କରି ଧରିଥିଲେ ।
ତାଙ୍କୁ ଅଧିକ ପଚରା ଉଚାରା ପାଇଁ ଭବାନୀପାଟଣା ଭିଜିଲାନ୍ସ ବିଭାଗକୁ ନେଇଯାଇଥିବା ଜଣାପଡିଛି ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ