Breaking News

ବକେୟା ଅର୍ଥ ନଦେବାରୁ ରାସ୍ତା ମଝିରେ ସାହୁକାରଙ୍କ ନିସ୍ତୁକ ମାଡ଼, ଥାନାରେ ଅଭିଯୋଗ


ଜଗତସିଂହପୁର----ରଙ୍ଗିଆ ଗର୍ଡରେ ଚାଲିଛି ବେଆଇନ ସୁଧ କାରବାର, ବକେୟା ଅର୍ଥ ଫେରସ୍ତ କରିବାରେ ବିଳମ୍ବ ହେଲେ ରାସ୍ତା ମଝିରେ ମାଡ଼ ମାରୁଛନ୍ତି ସାହୁକାର । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ପାରାଦ୍ୱୀପ ଉପକଣ୍ଠ ଅଭୟଚାନ୍ଦ ପୁର ଥାନା ଅଧିନସ୍ଥ ରଙ୍ଗିଆ ଗର୍ଡ଼ ଗ୍ରାମର ରାମଚଣ୍ଡୀ ପଡାରୁ । ସୂଚନା ମୁତାବକ ରାମଚଣ୍ଡୀ ପଡାର ପରମାନନ୍ଦ ବର୍ମନ ରଙ୍ଗିଆ ଗର୍ଡ଼ ଗ୍ରାମର ସାହୁକାର ଅଦୈତ ବରାଳଙ୍କ ଠାରୁ ନିଜ ପରିବାର ଗୁଜୁରାଣ ମେଣ୍ଟେଇବା ପାଇଁ କିଛି ଋଣ ଆକାରରେ ଅର୍ଥ ଆଣିଥିଲେ ।   ଋଣ ଦେବାରେ ବିଳମ୍ବ ହେବାରୁ ସାହୁକାର ତାଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି  । ଅଭୟ ରାୟଙ୍କ ଅଭିଯୋଗ ଅନୁଯାୟୀ ଗତ-୨୩ ତାରିଖ ଦିନ ଅଠର ବାଙ୍କୀରୁ ବେପାର ସାରି ଫେରିବା ବେଳେ ରେଲୱେ କଲୋନୀ ଠାରେ ପରମାନନ୍ଦ ବର୍ମନକୁ ସାହୁକାର ଅଦୈତ ବରାଳ ଜୁଲମ କରୁଥିଲେ । ସମୟରେ ଅଭୟ ଦୁଇ ଜଣଙ୍କୁ ଅଟକାଇ ବାରୁ ସାହୁକାର ଅଦୈତ ବରାଳ ଅଭୟ ରାୟଙ୍କୁ ମାଡ଼ ମାରିଥିଲେ । ପରେ ଅଭୟଙ୍କ ପତ୍ନୀ ସ୍ଥାନୀୟ ଅଭୟଚାନ୍ଦ ପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କରିବାର ସାତ ଦିନ ହୋଇଥିଲେ ମଧ୍ୟ  ଏ ପର୍ଯ୍ୟନ୍ତ ଥାନା ବାବୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସେ କହିଛନ୍ତି । ଏମିତିକି ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରି ଛନ୍ତି ସ୍ଥାନୀୟ ସାହୁକାର ଅଦୈତ ବରାଳଙ୍କର ଏଭଳି ସୁଧ କାରବାରକୁ ରୋକିବା ପାଇଁ । ଏବଂ  ଗ୍ରାମର ଯୁବକ ମାନଙ୍କୁ ଜୁଲମରୁ ରକ୍ଷା କରିବା ପାଇଁ ସୁନା ପଟ୍ଟନାୟକ, ଯୁଗୁନା ବର୍ମନ ଓ ପଡାର ମହିଳା ମାନେ ଅନୁରୋଧ କରିଛନ୍ତି । ଅନ୍ୟପଟେ ସୁଧ କାରବାର କରୁଥିବା ସାହୁକାର ଅଦୈତ ବରାଳ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ସେ କହିଛନ୍ତି ସମସ୍ତ କଥା ଭିତ୍ତିହୀନ ଅସୁବିଧା ପଡିଲେ ଆମ ଗ୍ରାମର ଲୋକମାନେ ମୋ ପାଖକୁ ଆସି ଦୁଃଖ ପ୍ରକାଶ କରିଥାନ୍ତି । କାହା ଝିଅର ବାହାଘର, କାହାର ଅପରେର୍ସନ,ଘର କରିବା ଓ ଚିଙ୍ଗୁଡ଼ି ଘେରି କରିବା ନିମନ୍ତେ ଅର୍ଥ ନେଇଥାନ୍ତି  । ବକେୟା ଅର୍ଥ ନଦେବା ପାଇଁ ଏମାନଙ୍କର ଏହା ଏକ କୁ ଚକ୍ରାନ୍ତ ବୋଲି ଶ୍ରୀ ସାହୁକାର କହିଛନ୍ତି।ଜଗତସିଂହପୁରରୁ ପ୍ରଳୟ ମହାପାତ୍ର 

Blog Archive

Popular Posts